ଆପାର୍ଟମେଣ୍ଟରେ ଗାଡ଼ି ପାର୍କିିଂକୁ ନେଇ ପ୍ରଥମେ ଗଣ୍ଡଗୋଳ ଆଉ ତାପରେ..

ବାଲେଶ୍ୱର: ବାଲେଶ୍ୱର ଗଡଗଡିଆ ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟ ନିକଟରେ ଫୁଟିଲା ଗୁଳି । ଗୁଳିମାଡରେ ବ୍ୟାଟେରି ଦୋକାନି ଗୁରୁତର ହୋଇଛନ୍ତି  । ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି  । ଗାଡି ପାର୍କିଂ ସମସ୍ୟାକୁ ନେଇ ଗୁଳିକାଣ୍ଡ ଘଟିଛି । ବ୍ୟବସାୟୀ ହେଲେ ଆନନ୍ଦ ସିଂ । ତାଙ୍କ ଶରୀରରେ ଗୁଳି ରହି ଯାଇଥିବାରୁ ଆନନ୍ଦଙ୍କୁ ବାଲେଶ୍ୱର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ତେବେ ଆନନ୍ଦ ସିଂଙ୍କୁ ଗୁଳି ମାରିଥିବା ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରାଙ୍କୁ ପୋଲିସ ଗିରଫ କରିଛି । ଆପାର୍ଟମେଣ୍ଟରେ ପାର୍କିଂ ସମସ୍ୟାକୁ ନେଇ ଆନନ୍ଦ ଓ ଲକ୍ଷ୍ମଣଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏହି ସମୟରେ ହଠାତ୍ ଲକ୍ଷ୍ମଣ ନିଜ ବନ୍ଧୁକରୁ ଆନନ୍ଦଙ୍କ ଉପରକୁ ଗୁଳି ମାରିଥିଲେ । ଆନନ୍ଦଙ୍କ ଛାତିରେ ଗୁଳି ବାଜିଥିଲା  । ଚିତ୍କାର ଶୁଣି ସିକ୍ୟୁରିଟି ଗାର୍ଡ ଆନନ୍ଦଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

Leave a Reply