ସଦରଥାନା ଗୁଳିମାଡ଼ ଘଟଣା: ୭ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ବର: ସଦର ଥାନା ଅଞ୍ଚଳରେ ଗୁଳିକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢ଼ାଉ କରି 7ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, 3ଟି ଗୁଳି ଓ ଗୋଟିଏ ମୂର୍ତ୍ତି ଜବତ କରାଯାଇଛି । ଗତ ୪ ତାରିଖରେ ୧୬ ନମ୍ୱର ଜାତୀୟ ରାଜପଥର ଖାନ୍ନଗର ନିକଟରେ ଗୁଳିମାଡ଼ କରି ଦୂର୍ବୃତ୍ତ ଫେରାର୍ ହୋଇଯାଇଥିଲେ । ଗୁଳିମାଡ଼ରେ ରାଜକନିକା ଅଞ୍ଚଳର ରାଜକିଶୋର ଧଳ ଗୁରୁତର ଆହତ ହୋଇଥିଲେ ।