ଜିଲ୍ଲା ପ୍ରଶାସନର ବେଆଇନ ବାଲି ଖାଦାନ ଚଢ଼ାଉ, ୧୪୪ ଧାରା ଜାରି

1 min read

ବାଲେଶ୍ୱର: ବାଲି ମାଫିଆଙ୍କୁ ଉଚିତ ଜବାବ । ବେଆଇନ ବାଲି ଖାଦାନ ଉପରେ ବଡ଼ ଧରଣର ଚଢ଼ାଉ କରିଛି ଜିଲ୍ଲା ପ୍ରଶାସନ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଜଗନ୍ନାଥପୁରରେ । ଚଢ଼ାଉ ବେଳେ ପୋଲିସ ୧୪୪ ଧାରା ଜାରି କରିଛି ।

ସୂଚନା ଅନୁଯାୟୀ, ଜଗନ୍ନାଥପୁର ଅଞ୍ଚଳରେ ଦୀର୍ଘଦିନ ହେବ ବାଲି ମାଫିଆଙ୍କ ରାଜ ଚାଲିଥିଲା । ବେଆଇନ ଭାବେ ନଈ କୂଳରୁ ବୋହି ନେଉଥିଲେ ଟ୍ରକ ଟ୍ରକ ବାଲି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଭୁସ୍ଖଳନ ହେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗତ ମାସରେ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ ।

ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣା ସ୍ଥଳକୁ ତହସିଲଦାର ଓ ରେମୁଣା ଥାନା ଅଧିକାରୀ ଗସ୍ତ କରିଛନ୍ତି । ତେବେ ଉକ୍ତ ଅଂଚଳରେ ୧୪୪ ଧାରା ଜାରି କରିବା ସହିତ ବେଆଇନ ବାଲି ଉତ୍ତୋଳନ ଉପରେ ଅଂକୁଶ ଲଗାଯାଇଛି। ')}

Leave a Reply