୫ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ଥାନା ପୋଲିସ

Balasore Cyber Police Arrested 5 Accused In Online Loot Case

ବାଲେଶ୍ୱର: ଜମତରା ଲିଙ୍କରେ ୫ ଜଣ ଗିରଫ । ବାଲେଶ୍ୱର ସାଇବର ଥାନା ପୋଲିସ ଏକ ଲୁଟ୍ ମାମଲାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି । ନୀଳଗିରି ଅଞ୍ଚଳର ଜଣେ ମହିଳା ଲୁଟର ଶିକାର ହୋଇଥିଲେ । ମହିଳା ଜଣଙ୍କ ବ୍ୟାଙ୍କ କଷ୍ଟମର କେୟାର ନମ୍ବର ଗୁଗଲରେ ସର୍ଚ୍ଚ କରି କଲ୍ କରି ସାଇବର ଠକଙ୍କ ହାବୁଡ଼ରେ ପଡ଼ିଥିଲେ । ସାଇବର ଲୁଟେରା କୌଶଳକ୍ରମେ ମହିଳା ଜଣଙ୍କ ଠାରୁ ଓଟିପି ହାସଲ କରି ନେଇ ନେଟ୍ ବ୍ୟାଙ୍କିଂରେ ମୋବାଇଲ୍ ନମ୍ବର ବଦଳାଇ ଦେଇଥିଲେ ।

Balasore Cyber Police Arrested 5 Accused In Online Loot Case

ଏହାପରେ ୧୨ ଲକ୍ଷ ୪୫ ହଜାର ଟଙ୍କା ଆକାଉଣ୍ଟରୁ ବିଭିନ୍ନ ଖାତାକୁ ଟ୍ରାନ୍ସଫର କରି ନେଇଥିଲେ । ଏନେଇ ଅଭିଯୋଗ ହେବା ପରେ ଖୋଳତାଡ଼ ଆରମ୍ଭ କରିଥିଲା ବାଲେଶ୍ୱର ସାଇବର ଥାନା ପୋଲିସ । ତଦନ୍ତରୁ ଜଣାପଡ଼ିଥିଲା ଏହି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ଯାଇଛି । ସେଥିମଧ୍ୟରୁ ଗୋଟିଏ ଆକାଉଣ୍ଟ ସୁନ୍ଦରଗଡ଼ ଜିଲ୍ଲାର ରହିଛି । ପୋଲିସ ଉକ୍ତ ଆକାଉଣ୍ଟଧାରୀଙ୍କ ନିକଟରେ ପହଞ୍ଚିବା ପରେ ଜଣାପଡ଼ିଥିଲା ମହିଳାଙ୍କ ଆକାଉଣ୍ଟକୁ ତାଙ୍କ ସ୍ୱାମୀ ଅପରେଟ୍ କରୁଛନ୍ତି ।

Balasore Cyber Police Arrested 5 Accused In Online Loot Case

ପୋଲିସ ତାଙ୍କ ସ୍ୱାମୀକୁ ଗିରଫ କରି ଗ୍ୟାଙ୍ଗ ବିଷୟରେ ସୂଚନା ପାଇଥିଲା । ଏବେ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର୍ ରହିଛି । ଗିରଫଙ୍କ ଘର କଲିକତା, ବିହାର, ଝାଡ଼ଖଣ୍ଡ, ମୁର୍ସିଦାବାଦ ଓ ସୁନ୍ଦରଗଡ଼ । ସେମାନଙ୍କ ଠାରୁ ୧ ଲକ୍ଷ ୬୯ ହଜାର ଟଙ୍କା, ୧୦ଟି ମୋବାଇଲ୍, ୩୯ଟି ସିମ୍ କାର୍ଡ ଜବତ କରାଯାଇଛି । ଏବେ ବି ତଦନ୍ତ ଜାରି ରହିଛି ।

Leave a Reply