ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବିଜେପି ଓ କଂଗ୍ରେସକୁ ବଡ଼ ଝଟକା

Balasore By Election, Congress And Bjp Leader Joining In BJD

ବାଲେଶ୍ୱର: ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଦକ୍ଷ ଯୁବ ନେତା ମାନସ ଦାସପଟ୍ଟନାୟକ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେପିର ପୂର୍ବତନ ସଦର ବ୍ଳକ ଅଧ୍ୟକ୍ଷା ହେମଲତା ବେହେରା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଫଳରେ ବାଲେଶ୍ୱରରେ ବିଜେଡି ଶକ୍ତିଶାଳୀ ହେଉଥିବା ବେଳେ କଂଗ୍ରେସ ଛିଣ୍ଡୁଛି ଏବଂ ବିଜୟୀ ବିଜେପି ଧୀରେ ଧୀରେ ପଛକୁ ଚାଲିଯାଉଛି ।

Balasore By Election, Congress And Bjp Leader Joining In BJD

ଉପନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି । ଭାରି ହେଉଛି ବିଜେଡି ପଲ୍ଲା । ଗତ ୭ ତାରିଖରେ ବାଲେଶ୍ୱର ରାଜନୀତିର ଭୀଷ୍ମ କୁହାଯାଉଥିବା ଦାଦା ଅରୁଣ ଦେ ବିଜେଡିରେ ଯୋଗ ଦେଇଥିବା ବେଳେ ଆଜି କଂଗ୍ରେସର ଟାଣୁଆ ଯୁବନେତା ମାନସ ଦାସ ପଟ୍ଟନାୟକ ଶଙ୍ଖ ଶିବିରରେ ପ୍ରବେଶ କିରଛନ୍ତି । ମାନସ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଆଜି ସେ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି । ସେହିଭଳି ବିଜେପି ସଦରର ପୂର୍ବତନ ବ୍ଳକ ଅଧ୍ୟକ୍ଷା ହେମଲତା ବେହେରା ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ଦୁଇ ଟାଣୁଆ ନେତାଙ୍କ ଦଳରେ ଯୋଗଦାନ ଆଗମୀ ଉପନିର୍ବାଚନରେ ବିଜେଡିକୁ ବିଜୟୀ କରାଇବାରେ ସାହାଯ୍ୟ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ଦେବୀ ମିଶ୍ର ।

Balasore By Election, Congress And Bjp Leader Joining In BJD

ମାନସ ଗତ ନିର୍ବାଚନରେ ପାଖାପାଖି ୨୦ ହଜାର ଭୋଟ ପାଇଥିଲେ ସୁଦ୍ଧା ବାଲେଶ୍ୱର ସଦରରେ ତାଙ୍କର ବେଶ ପତିଆରା ରହିଛି । ତେଣୁ କଂଗ୍ରେସ ଭୋଟ୍ ବିଜେଡିକୁ ଖାତାକୁ ଆସିବ । ଏପରି ସ୍ଥିତିରେ ମାନସ ଓ ହେମଲତାଙ୍କ ଯୋଗଦାନ ବିଜେଡିର ବିଜୟ ବ୍ୟବଧାନ ବୃଦ୍ଧି କରିବ ବୋଲି ଆକଳନ କରାଯାଉଛି । ଆଜିର ମହାମିଶ୍ରଣ ପର୍ବରେ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଦେବୀ ମିଶ୍ର, ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା ଉପସ୍ଥିତି ରହି ନୂଆ ନେତା ଓ କର୍ମୀଙ୍କୁ ସ୍ୱାଗତ କରିଥିଲେ ।

Balasore By Election, Congress And Bjp Leader Joining In BJD

ସେପଟେ ବିଜେଡି ଅନ୍ୟ ସଂଗଠନଗୁଡିକର ମଧ୍ୟ ଭରସା ଜିତିପାରିଛି । ନବୀନଙ୍କ ଯୁଗାନ୍ତକାରୀ ଓ ବୈପ୍ଲବିକ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହୋଇ ବାଲେଶ୍ୱରରେ ନିର୍ମାଣ ଶ୍ରମିକ ସଂଗଠନ ମଧ୍ୟ ଦଳପ୍ରତି ଅଜାଡ଼ି ଦେଇଛି ବିପୁଳ ସମର୍ଥନ ।

Leave a Reply