ବିରଳ କଇଁଛଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ବାଲେଶ୍ବର ଜିଲ୍ଲା ବନ ବିଭାଗ

1 min read

ନନ୍ଦିଘୋଷ ବ୍ୟୁରୋ: ସଂକଟରେ ଅଲିଭ୍ ରିଡ଼ଲେ । କେଉଁଠି ଏମାନଙ୍କ ସଂଖ୍ୟା କମୁଛି, ତ କେଉଁଠି ଲୋକଙ୍କ ସେଚତନତା ଯୋଗୁ ସମୁଦ୍ର କୂଳରେ ଦେଖିବାକୁ ମିଳୁଛି ମାଳ ମାଳ ଅଲିଭ୍ ରିଡ଼ଲେ କଇଁଛ । ହେଲେ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର, ତାଳସାରୀ, ଡ଼ଗରା ପ୍ରଭୃତି ସମୁଦ୍ର କୂଳରେ ଅଲିଭ୍ ରିଡ଼ଲେଙ୍କ ସଂରକ୍ଷଣ ନେଇ ପଦକ୍ଷେପ ଗ୍ରହଣ କରିଛି ବନ ବିଭାଗ । ସମୁଦ୍ରରୁ ମାଛମରା ଉପରେ କଟକଣା ସାଙ୍ଗକୁ ବେଳାଭୂମୀରେ ଯାନବାହନ ଚଳାଚଳ ଅଲିଭ ରିଡ଼ଲେଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା କୁହାଯାଇଛି । ହେଲେ ସଚେତନତା ହିଁ ଏହି ପ୍ରଜାତୀକୁ ପ୍ରକୃତ ସୂରକ୍ଷା ଯୋଗାଇ ପାରିବ ବୋଲି କୁହାଯାଇଛି ।

ଅଣ୍ଡାଦାନ ପରେ ସମୁଦ୍ରକୁ ଫେରୁଛନ୍ତି ଅଲିଭ ରିଡଲେ । ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର, ପରିଖି, ମୁରଲିଚଢା, ଉଦୟପୁର ଓ ତାଳସାରୀ ବେଳାଭୂମୀର  ଏହି ସୁନ୍ଦର ଦୃଶ୍ୟ ।  ରାତିରେ ଅଣ୍ଡାଦାନ ଆଉ ସକାଳେ ସମୁଦ୍ର ଭିତରକୁ ଚାଲି ଯାଉଛନ୍ତି ଅଲିଭ ରିଡ଼ଲେ କଇଁଛ ।  ହେଲେ ଜିଲ୍ଲାରେ ଅଲିଭ୍ ରିଡ଼ଲେ କଇଁଛ ଅଣ୍ଡା ଦେବା ପାଇଁ ଆସିବା ସଂଖ୍ୟା ନଗଣ୍ୟ । କାହିଁକି ବାଲେଶ୍ବର ମୁହାଁ ହେଉନାହାନ୍ତି ଅଲିଭ୍ ରିଡ଼ଲେ ପ୍ରଜାତୀର କଇଁଛ ? ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ  ପରିବେଶବିତ୍ ସମୁଦ୍ରରେ ମାଛମରା ଓ ଯାନ ବାହନ ଚଳାଚଳକୁ ଦାୟୀ କରିଛନ୍ତି ।

ବନ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ସମୁଦ୍ର କୂଳକୁ ଗତ ୨୦୨୦-୨୧ ମସିହାରେ ୨ଟି ଅଲିଭ ରିଡ଼ଲେ କଇଁv ଆସିଥିଲେ । ମୋଟ ୩୦୫ଟି ଛୁଆ ଜନ୍ମ କରିଥିଲେ । ସେହିପରି ୨୦୨୧-୨୨ରେ  ୧୧ଟି କଇଁଛ ୯୧୬ଟି , ୨୦୨୨-୨୩ରେ ୧୯ଟି କଇଁଛ ୧ ହଜାର ୫୬୪ଟି ଓ ୨୦୨୩-୨୪ ମସିହାରେ ୭୧ଟି କଇଁଛ ଆସି ୫ ହଜାର ୪୬୩ ଟି ଅଣ୍ଡାଦାନ କରିଥିଲେ । ଏମାନଙ୍କ ଗତୀବିଧି ଉପରେ ନଜର ରଖିବା ଓ ସୂରକ୍ଷା ଦାୟିତ୍ବରେ ୧୪ ଜଣ ଜଗୁଆଳୀଙ୍କୁ ନିଯୁକ୍ତ କରାଯାଇଛି । ଏଥିସହିତ ପ୍ରତିବର୍ଷ ନଭେମ୍ବର ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ବେଳାଭୂମୀକୁ ପରିସ୍କାର ରଖିବା ଉପରେ ଗୁରୁତ୍ବ ଦିଆଯାଉଛି। ପ୍ରତିବର୍ଷ ଏପ୍ରିଲ ୧୫ ତାରିଖରୁ ଜୁନ୍ ମାସ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ଟ୍ରଲର ଚଳାଚଳ ନେଇ କଟକଣା ଜାରି କରାଯାଇଛି । ଗତ ୪ ବର୍ଷ ମଧ୍ୟରେ ୧୦୩ କଇଁଚ ୮ ହଜାର ୨୪୮ ଜୀବନ୍ତ ଛୁଆ ଜନ୍ମ କରିବା ପରିବେଶ ପାଇଁ ଶୁଭଙ୍କର ନିଶ୍ଚିତ । ହେଲେ ଏହା ସଂଖ୍ୟା ବୃଦ୍ଧି କରାଯାଇ ପାରିଲେ ପରିବେଶରେ ସନ୍ତୁଳନ ରକ୍ଷା କରାଯାଇ ପାରିବ ବୋଲି ଆଶା ପ୍ରକାଶ ପାଇଛି।