ପୋଲିସ ହେପାଜତରୁ ଅଟକ ଅଭିଯୁକ୍ତ ଫେରାର ଘଟଣା; ଟିଟିଲାଗଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କଲେ ଏସ୍‌ପି

1 min read

ବଲାଙ୍ଗୀର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ଟିଟିଲାଗଡ଼ ପୋଲିସ ବ୍ୟାରେକରେ ଅଟକ ଥିବା ସ୍କୁଲ ମାଲିକ ପୋଲିସ ହେପାଜତରୁ ଫେରାର ହେବା ପରେ ଘଟଣା । ତଦନ୍ତ ଆରମ୍ଭ କରିଛନ୍ତି ବଲାଙ୍ଗୀର ଏସ୍ପି ନୀତିନ କୁସଲକର । ଟିଟିଲାଗଡ଼ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପୋଲିସ ବ୍ୟାରେକ ବୁଲି ଦେଖିଛନ୍ତି । ବ୍ୟାରେକ ଚାରିପଟେ ବହୁ ଉଚ୍ଚରେ ଲୁହାତାର ଛାଉଣୀ ରହିଛି ତେବେ ଅଟକ ଗୋବିନ୍ଦ ସାହୁ ବ୍ୟାରେକର ମୁଖ୍ୟ ଦେଇ ହିଁ ଫେରାର ହୋଇଥିବା ଅନୁମାନ କରିଛନ୍ତି ଏସପି ।ଫେରାର ଗୋବିନ୍ଦ ସାହୁକୁ ଶୀଘ୍ର ଗିରଫ କରାଯିବ, ତଦନ୍ତ ଚାଲିଛି ସେନେଇ ଟିମ ଗଠନ ହୋଇଛି ବୋଲି କହିଛନ୍ତି ବଲାଙ୍ଗୀର ଏସପି ନିତିନ କୁସଲକର ।

ଗୋବିନ୍ଦ ସାହୁ ଦାୟିତ୍ୱରେ ଥିବା ଟିଟିଲାଗଡ଼ ପୋଲିସ ବ୍ୟାରେକର କନେଷ୍ଟବଳ ରାକେଶ ବିଶ୍ୱାଳ, OAPF କନେଷ୍ଟବଳ ଦୟା ଜାନୀ ଓ ଝିଲେମିକୁ କାର୍ଯ୍ୟରେ ଅବହେଳା ନେଇ ବଲାଙ୍ଗୀର ଏସ୍ପି ନିତିନ କୁସଲକର ନିଲମ୍ବିତ କରିଛନ୍ତି ଏସପି । ଗତ କାଲି ରାତିରେ ପୋଲିସ ଆଖିରେ ଧୂଳି କସ୍ଟଡିରୁ ଫେରାର ମାରିଥିଲେ ମହାଲିଙ୍ଗ ସନସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁ । ଗୋବିନ୍ଦ ଫେରାର ନେଇ ଜଣାପଡିବା ପରେ ବଲାଙ୍ଗୀର ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି । ଗୋବିନ୍ଦକୁ ଧରିବା ପାଇଁ ବଲାଙ୍ଗୀର ଏସ୍ପିଙ୍କ ନେତୃତ୍ୱରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ୧୦ଟି ପୋଲିସ ଟିମ ଗଠନ କରାଯାଇ ଚଢ଼ାଉ ଚାଲିଛି ।

ଏଥିସହିତ ପଢ଼ନ୍ତୁ: କଇଁଫୁଲ ତୋଳିବାକୁ ଯାଇଁ ଦୁଇ ବାଳକଙ୍କ ସଲୀଳ ସମାଧି

Leave a Reply