ବଲାଙ୍ଗୀର ମେଡିକାଲରେ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା: କିଡ଼ନୀ ରୋଗୀଙ୍କ ସାଲାଇନ୍ କାଢ଼ି ନେଇ ଅନ୍ୟ ରୋଗୀଙ୍କୁ ଦେଲେ

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ପୁଣି ଅଭାବନୀୟ ଘଟଣା । ପେଟବ୍ୟାଥ ରୋଗୀଙ୍କୁ ଚଢ଼ାଇଲେ କିଡ଼ନୀ ରୋଗୀଙ୍କ ସାଲାଇନ୍ । ପେଟ ବ୍ୟାଥା ରୋଗରେ ପୀଡ଼ିତ ହାଡ଼ୁ ମହନନ୍ଦଙ୍କୁ କିଡ଼ନୀ ରୋଗୀ ହରି ମହନନ୍ଦଙ୍କ ସାଲାଇନ୍ ଚଢ଼ାଉଥିଲେ ସ୍ୱାସ୍ଥ୍ୟକର୍ମୀ । ତେବେ ସଲାଇନରେ ହାଡ଼ୁ ମହନନ୍ଦ ଲେଖାଯାଇଥିବା ସତ୍ତ୍ୱେ ସଲାଇନରେ କିଡନୀ ଇଞ୍ଜେକସନ୍ ଭର୍ତ୍ତି କରି ଖେଡୁ ସାମଲଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ହରି ମହନନ୍ଦଙ୍କ ତାଙ୍କ ବାପାଙ୍କ ଇଞ୍ଜେକସନ୍ ବେଡ୍ ପାଖରେ ଥିବା ଅନ୍ୟ ଜଣେ ରୋଗୀକୁ ଦେଇଥିବା ନେଇ ନର୍ସ ଓ ଡାକ୍ତର କ୍ରିଷ୍ଣାପ୍ରିୟଦର୍ଶନୀଙ୍କୁ ଜଣାଇଥିଲେ ହେଲେ ଡାକ୍ତର ତାଙ୍କୁ ରାଗରେ ଗାଳିଗୁଳଜ କରି ତଡ଼ି ଦେଇଥିଲେ । ଅନ୍ୟପଟେ ଭୁଲ ଇଞ୍ଜେକସନ୍ ଦେବା ପରେ ଖେଡୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି ।

ଗତକାଲି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଡୁମେରମୁଣ୍ଡା ଗାଁର ଖେଡୁ ସାମଲ ନାମକ ଜଣେ ବୃଦ୍ଧଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାରଲୋକେ ତାଙ୍କୁ ବଲାଙ୍ଗୀର ଆଣି ପୁରୁଷ ମେଡିସିନ୍ ୱାର୍ଡର ୪୮ ନମ୍ବର ବେଡରେ ଭର୍ତ୍ତି କରିଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକ ଖୁଜେନବାହାଲ ଗାଁର ବୃଦ୍ଧ କିଡ଼ନୀ ରୋଗୀ ହରି ମହାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ପରିବାରଲୋକେ ଡାକ୍ତରଖାନାର ଏହି ୱାର୍ଡର ୪୯ ନମ୍ବର ବେଡରେ ଭର୍ତ୍ତି କରିଛନ୍ତି । ତେବେ ଆଜି ଅପରାହ୍ନରେ କିଡନୀ ରୋଗୀ ହରି ମହାନନ୍ଦଙ୍କ ସାଲାଇନକୁ କାର୍ଯ୍ୟରେ ଥିବା ନର୍ସମାନେ ଭୁଲରେ ୪୮ନମ୍ବର ବେଡରେ ଥିବା ଖେଡୁ ସାମଲଙ୍କୁ ଚଢାଇ ଦେଇଥିଲେ । ତେବେ ଉକ୍ତ ସାଲାଇନରେ ହରି ମହାନନ୍ଦ ଲେଖାଥିବାରୁ ହରିଙ୍କ ଝିଅ ଏ ସମ୍ପର୍କରେ ଖେଡୁଙ୍କ ସ୍ତ୍ରୀ ଓ ପୁଅଙ୍କୁ ଜଣାଇଥିଲେ । ତେବେ ପରିବାର ଲୋକେ ଜାଣିବା ବେଳକୁ ସାଲାଇନଟି ଶେଷ ହୋଇ ସାରିଥିଲା । କୌଣସି ଅଘଟଣ ଆଶଙ୍କାରେ ଖେଡୁଙ୍କ ସ୍ତ୍ରୀ ବିନୋଦିନୀ ଓ ପୁଅ ନୂଆଁଖାଉ ଡାକ୍ତରଖାନାର ଡିୟୁଟି ଥିବା ଡାକ୍ତର କ୍ରିଷ୍ନା ପ୍ରିୟଦର୍ଶନୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅବଗତ କରିଥିଲେ । ତେବେ ଏଭଳି ଘଟଣାରେ ଉପସ୍ଥିତ ଥିବା ମହିଳା ଡାକ୍ତର ତତ୍ପରତା ପ୍ରକାଶ କରିବା କିମ୍ବା ସ୍ୱାସ୍ଥ୍ୟ ଯାଞ୍ଚ କରିବା ବଦଳରେ ରୋଗୀର ସମ୍ପର୍କୀୟମାନଙ୍କୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଦୁର୍ବ୍ୟବହାର କରିଥିବା ନେଇ ସ୍ତ୍ରୀ ଓ ପୁଅ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଅମାପ ସମ୍ପତ୍ତିର ଅଧିକାରୀ ଗିରଫ କନଷ୍ଟେବଳ ପ୍ରସନ୍ନ, ପ୍ରାୟ ୭ କୋଟିର ତାଲିକା ଦେଲା ଭିଜିଲାନ୍ସ

Leave a Reply