ରାତ୍ରି ଭୋଜନରୁ ବାହାରିଲା ଝିଟିପିଟି; ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ
1 min readବଲାଙ୍ଗୀର: ରାତ୍ରି ଭୋଜନରୁ ବାହାରିଲା ଝିଟିପିଟି, କିଛି ଛାତ୍ର ଅସୁସ୍ଥ, ମେଡିକାଲରେ ଭର୍ତ୍ତି । ବଲାଙ୍ଗୀର ଲର୍କିପାଲିସ୍ଥିତ ITIରେ ଛାତ୍ର ଖାଉଥିବା ରାତ୍ରି ଭୋଜନରୁ ମଲା ଝିଟିପିଟି ବାହାରିଛି । ଖାଦ୍ୟ ଖାଇବା ପରେ କିଛି ଛାତ୍ର ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଛି । ଖାଇବା ପରେ କିଛି ଛାତ୍ରଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ।
ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି । ଦେବହରି ଛତ୍ରିଆ ନାମକ ଜଣେ ଛାତ୍ର ଖାଦ୍ୟ ଖାଉଥିବା ବେଳେ ଡାଲିରେ ଝିଟିପିଟି ପଡ଼ିଥିବା ଦେଖିଥିଲେ । ଏନେଇ ସେ ଅନ୍ୟ ଛାତ୍ରମାନଙ୍କୁ ଜଣାଇଥିଲେ । ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ କିଛି ହେବ ନାହିଁ ବୋଲି କହିଥିଲେ । କିନ୍ତୁ ରାତିରେ କିଛି ଛାତ୍ରଙ୍କ ଦେହ ଅସୁସ୍ଥ ହୋଇଥିଲା । ଏନେଇ ଛାତ୍ରମାନେ ଭୟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଆସିଛନ୍ତି । ହଷ୍ଟେଲ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି ।