ବେଦୀରେ ହୋମ୍ ନିଆଁ ଜଳିବା ଆଗରୁ ଜଳିଲା ଜୁଇ: ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗୀର: ଆଉ ଦିନ କେଇଟା ପରେ ପଡ଼ିଥାନ୍ତା ହାତଗଣ୍ଠି । ବେଦୀରେ ନିଆଁକୁ ସାକ୍ଷୀ ରଖି ଆରମ୍ଭ କରିଥାନ୍ତେ ନୂଆ ସଂସାର । ହେଲେ ବେଦୀରେ ହୋମ ନିଆଁ ଜଳିବା ଆଗରୁ ଜଳିଲା ଜୁଇ । ବଲାଙ୍ଗୀର ସହରକୁ ବାହାଘର ମାର୍କେଟିଂ ପାଇଁ ଆସିଥିବା ଯୁବକଙ୍କ ଦୁର୍ଘଟଣାରେ ଯାଇଛି ଜୀବନ । ମୃତକ ହେଲେ ପୁଇଁତଳା ଥାନା ତସତଲା ଗାଁର ହିମାଂଶୁ ବରାଡ଼ ।

ଆସନ୍ତା ୧୧ ତାରିଖରେ ହିମାଂଶୁଙ୍କ ବାହାଘର ଥିଲା । ବାହାଘର ମାର୍କେଟିଂ ପାଇଁ ହିମାଂଶୁ ଜଣେ ସାଙ୍ଗ ସହ ବାଇକ ଯୋଗେ ବଲାଙ୍ଗୀର ସହରକୁ ଯାଇଥିଲେ । ଫେରିବା ବେଳେ, ବେଲବାହାଲି ଛକ ନିକଟରେ ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ହୋଇଥିଲା । ଘଟଣାସ୍ଥଳରେ ହିମାଂଶୁଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଉଭୟଙ୍କୁ ପ୍ରଥମେ ଭୀମଭୋଇ ମେଡିକାଲ କଲେଜ ଓ ପରେ ବୁର୍ଲା ସ୍ଥାନାନ୍ତ କରାଯାଇଛି । ଦୁର୍ଘଟଣାର ଶିକାର ଅନ୍ୟ ବାଇକ ଆରୋହୀ ଜଣଙ୍କ ବଲାଙ୍ଗୀର ବିଭୂତିପଡ଼ାର ବାବୁଲାଲ ସ୍ବାଇଁ ବୋଲି ଜଣାପଡ଼ିଛି । ସେପଟେ ବାହାଘର ଆଗରୁ ବର ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

Leave a Reply