ବଲାଙ୍ଗୀର-ସୋନପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅକାଳେ ଚାଲିଗଲା ୩ଜୀବନ
1 min read
ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ରାସ୍ତା ରଣ୍ଡା ଗାଁ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ବୋଲେରୋ ଚୁରମାର । ବୋଲେରୋରେ ଥିବା ୩ଜଣଙ୍କ ମୃତ୍ୟୁ, ୫ ଗୁରୁତର । ମୃତକ ଓ ଗୁରୁତର ହେଲେ ବଲାଙ୍ଗୀର କୁଡ଼ାସିଂହା ଓ ଭୂତେରବାହାଳ ଗାଁର ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାରରେ ଭୋଜି କରି ଫେରୁଥିବା ବେଳେ ଭୋର ୪ଟାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।
ଘଟଣା ସ୍ଥଳରେ ପୁଇଁତଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ମାନେ ହେଲେ ବିଡ଼ିଘାଟ ଗାଁର ଭଗବାନ ନାଗ, ଚାଟିମୁଣ୍ଡା ଗାଁର ଆଭିଷେକ ଭୋଇ, ଚିକଲବାହାଲ ଗାଁର ଘନଶ୍ୟାମ ହାତୀ । ଆହତ ମାନେ ହେଲେ ଶିବଶମ୍ଭୁ ବେହେରା, ଦେବୁ ବେହେରା, ନିଲୁ ଭୋଇ, ମଣ୍ଟୁ ଓ ଅନ୍ୟ ଜଣେ ଆହତଙ୍କ ପରିଚୟ ଜଣାପଡିନାହିଁ ।
ଏଥିସହିତ ପଢ଼ନ୍ତୁ: ନ୍ୟାୟ ଦାବିରେ ବଧୂ ବେଶର ଯୁବତୀଙ୍କ ଧାରଣା: ବାପା ଓ ଭାଇଙ୍କୁ ଉଠାଇ ନେଲା ପୋଲିସ!