ରହସ୍ୟ ଭିତରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ; ଆଜି ଦିଲ୍ଲୀ ଏମ୍ସରେ ହେବ ପୋଷ୍ଟମର୍ଟମ

ନନ୍ଦିଘୋଷ ବ୍ୟୁରୋ: ରହସ୍ୟ ଭିତରେ ରହିଗଲା ବଳଙ୍ଗା ପୀଡ଼ିତାଙ୍କ କଥା। ଭଲ ହୋଇ ଦୁନିଆ ସାମ୍ନାକୁ ଆସି ସବୁ କଥା କହିବା ଆଗରୁ ସେ ଚାଲିଗଲେ। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ଆଜି ତାଙ୍କର ପୋଷ୍ଟମର୍ଟମ ହେବ। ଏହା ପରେ ମରଶରୀରକୁ ଓଡି଼ିଶା ଅଣାଯିବ ବୋଲି ଜଣାପଡ଼ିଛି। ତାଙ୍କ ବାପା କହିଛନ୍ତି, ଝିଅ ତ ଏବେ ତାଙ୍କ ପାଖରେ ନାହିଁ। ମାନସିକ ଦୁଃଶ୍ଚିନ୍ତାରୁ ସେ ନିଜର ଜୀବନ ନେଇଛି । ରାଜନୀତି ନ କରିବାକୁ ସେ ଅନୁରୋଧ କରି ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି ।

ତେବେ କଣ ପାଇଁ ମାନସିକ ଦୁଃଶ୍ଚିନ୍ତା ଥିଲା, କାହିଁକି ସେ ଦୁଃଶ୍ଚିନ୍ତାରେ ଥିଲେ, ତାହା ଏଯାଏ ସ୍ପଷ୍ଟ ହୋଇପାରିନି । ବାପା ବି ସେହି କଥା ଏଯାଁ କହିନାହାନ୍ତି। ରହସ୍ୟ ଭିତରେ ରହିଯାଇଛି ପୂରା ଘଟଣା ।