ଥାନା ବିସ୍ଫୋରଣ ଘଟଣା: ଏସ୍ଆଇ ତଅପୋଇ ନାୟକ ନିଲମ୍ୱିତ
1 min readପୁରୀ: ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏସଆଇ ତଅପୋଇ ନାୟକ ନିଲମ୍ବିତ । ତଅପୋଇଙ୍କୁ ନିଲମ୍ବନ କଲେ ପୁରୀ SP । କର୍ତ୍ତବ୍ୟରେ ଅବହେଳା ପାଇଁ କଲେ ନିଲମ୍ବନ । ମାଲଖାନା ଦାୟିତ୍ୱରେ ଥିଲେ ତଅପୋଇ ନାୟକ । ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ପରେ ନିଲମ୍ୱିତ କରାଯାଇଥିବା ନେଇ ପିପିଲି SDPO ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି ।
୨୭ ତାରିଖ ବିଳମ୍ୱିତ ରାତ୍ରୀରେ ଥାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଥାନା ଛାତ ଭୁଶୁଡ଼ିବା ପରେ ଛାତ ଫାଟିଗଲା । ବିସ୍ଫୋରଣରେ ଥାନା ଭିତରର ନକ୍ସା ବଦଳି ଯାଇଛି । ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି। ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ବିସ୍ଫୋରଣରେ କାହାରି ପ୍ରାଣହାନୀ ଘଟିନି । ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଛନ୍ତି। ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।