spot_img

Latest Posts

ସଚିନ କିମ୍ବା ସେହଓ୍ବାଗ ନୁହେଁ, ବାଲାଜୀଙ୍କୁ କାହିଁକି ଡରୁଥିଲେ ଅଖତର ?

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ କ୍ରିକେଟର ସୋଏବ ଅଖତର ନିଜର ଘାତକ ବୋଲିଂ ପାଇଁ ବେଶ ଜଣାଶୁଣା । ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ନିଜର ଘାତକ ବୋଲିଂରେ ଆଉଟ୍ କରି ପାଭିଲିୟନ ଫେରାଇଛନ୍ତି । ତେବେ ସେ ଟିମ ଇଣ୍ଡିଆର ଲକ୍ଷ୍ମୀପତି ବାଲାଜୀଙ୍କୁ ଡରୁଥିଲେ । ଏକଥା ସେ ନିଜେ କହିଛନ୍ତି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ଏହି ପାକିସ୍ତାନୀ କ୍ରିକେଟର । ସେ କହିଛନ୍ତି କି, ସଚିନ ଏବଂ ସେହଓ୍ବାଗଙ୍କ ଅପେକ୍ଷା ଏକଦା ସେ ବାଲାଜୀଙ୍କୁ ଡରୁଥିଲେ ।

୨୦୦୪ ମସିହାର ସବୁଠାରୁ କ୍ୟାରିୟରର ଖରାପ ଅଭିଜ୍ଞତା ସମ୍ପର୍କରେ କହିଛନ୍ତି । ଏହି ସମୟରେ ଖେଳାଯାଇଥିବା ଏକ ମ୍ୟାଚରେ ଅଖତରଙ୍କୁ ନିରାଶ କରିଥିଲେ ବାଲାଜୀ । ସେ ଜଣେ ବୋଲର ହେଲେ ମଧ୍ୟ ଘାତକ ବୋଲର ଅଖତରଙ୍କ ବଲରେ ଧୁମ ଛେଚିଥିଲେ । ଏମିତିକି ବଡ଼ ବଡ଼ ଛକା ମଧ୍ୟ ମାରିଥିଲେ । ଯାହାକି ଅଖତରଙ୍କ କ୍ୟାରିୟରର ସବୁଠାରୁ ଖରାପ ଅଭିଜ୍ଞତା ବୋଲି ସେ କହିଛନ୍ତି । ଲକ୍ଷ୍ମୀପତି ବାଲାଜୀଙ୍କ ବିଷୟରେ କଥା ହୋଇ ଅଖତାର କହିଛନ୍ତି, ‘ବାଲାଜି ହେଉଛି ସୋଏବ ଅଖତାରଙ୍କ ଜୀବନର ସବୁଠାରୁ ଖରାପ ସ୍ୱପ୍ନ ମଧ୍ୟରୁ ଗୋଟିଏ।’ ମୁଁ ଯେତେବେଳେ ତାଙ୍କ ବିପକ୍ଷରେ ବୋଲିଂ କରୁଥିଲି, ସେ ମୋତେ ଛକା ମାରୁଥିଲେ। ମୁଁ କହିଲି ବାଲାଜୀ ତୁମେ ଜାଣ ମୁଁ ସବୁଠାରୁ ଦ୍ରୁତତମ ବୋଲର। ଯଦି ସେହି ବଲ୍ ସେହି ଗତିରେ ତୁମ ଛାତିରେ ବାଜିଥାନ୍ତା, ତେବେ ତୁମେ ଘଟଣାସ୍ଥଳରେ ହିଁ ମରିଯାଇଥାନ୍ତ। ସେ ମୋତେ ମାରିବାକୁ ଚେଷ୍ଟା କଲା, ସେ ଗତିରେ ତା’ର ବ୍ୟାଟ୍ ଭାଙ୍ଗି ଦେଲା।

Latest Posts

Don't Miss