କୁସ୍ତିରେ ଭାରତ ପାଇଁ ବଢ଼ିଲା ପଦକ ଆଶା: ସେମିଫାଇନାଲରେ ବଜରଙ୍ଗ ପୁନିଆ

1 min read

ଟୋକିଓ: କୁସ୍ତିରେ ବଢ଼ିଲା ଭାରତ ପାଇଁ ପଦକ ଆଶା । ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ରେସଲର ବଜରଙ୍ଗ ପୁନିଆ । ୬୫ କେ.ଜି ବର୍ଗରେ ଇରାନ୍ ପ୍ରତିଦ୍ୱନ୍ଦ୍ୱି ମୋର୍ତେଜା ଗିୟାସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ବଜରଙ୍ଗ ପୁନିଆ । ୦-୧ରେ ପଛୁଆ ଥିବା ବଜରଙ୍ଗ ପ୍ରତିଯୋଗିତାର ଦ୍ୱିତୀୟର୍ଦ୍ଧରେ ଗିୟାସିଙ୍କୁ କୌଣସି ପ୍ରକାରେ ତଳେ ପକାଇ ମାଡ଼ିବସିବା ପରେ ବିଜୟ ଲାଭ କରିଥିଲେ।

ପୂର୍ବରୁ ପ୍ରି-କ୍ୱାର୍ଟସରେ ସେ କାଜାଗିସ୍ତାର ଏର୍ଣ୍ଣାର୍‌ ଆକମତାଲିଏଭ୍‌ଙ୍କୁ ପରାସ୍ତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରଥମାର୍ଦ୍ଧରେ ବଜରଙ୍ଗ ତାଙ୍କ ଠାରୁ ୩-୧ରେ ଅଗ୍ରଣୀ ଥିଲେ। କିନ୍ତୁ, ପ୍ରତିଦ୍ୱନ୍ଦ୍ୱିଠାରୁ ଦ୍ୱିତୀୟାର୍ଦ୍ଧରେ ଆକମତାଲିଏଭ୍‌ ବଜରଙ୍ଗଙ୍କୁ ଦୁଇ ଥର ଧକ୍କା ଦେଇ ସ୍କୋର୍‌କୁ ୩-୩କୁ ଆଣିଥିଲେ। ମାତ୍ର, ବଜରଙ୍ଗ ଖେଳର ଅନ୍ତିମ ଆଠ ସେକେଣ୍ଡରେ ତାଙ୍କୁ ପ୍ରବଳ ପ୍ରତିରୋଧ କରିବା କାରଣରୁ ‘ବାଉଟ୍‌ କ୍ରାଇଟେରିଆ’ ଆଧାରରେ ବିଜୟୀ ହୋଇଥିଲେ।

ଏଥିସହିତ ପଢ଼ନ୍ତୁ: Tokyo Olympics 2020 : ବ୍ରୋଞ୍ଚ ଲଢ଼େଇରେ ୪-୩ ଗୋଲରେ ଭାରତ ପରାସ୍ତ

Leave a Reply