ଭିଜାଲାନ୍ସ ଜାଲରେ ବୈପାରିଗୁଡ଼ା ତହସିଲ କାର୍ଯ୍ଯାଳୟର ବରିଷ୍ଠ କିରାଣି

କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ ବୈପାରିଗୁଡ଼ା ତହସିଲ କାର୍ଯ୍ଯାଳୟର ବରିଷ୍ଠ କିରାଣି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସତ୍ୟନାରାୟଣ ଦେଳେଇଙ୍କୁ ଧରିଲା ଭିଜିଲାନ୍ସ । ଜମିବାଡ଼ି କିସମ ପରିବର୍ତ୍ତନ ପାଇଁ ଇପ୍ସିତା ଧଳଙ୍କଠାରୁ ନେଉଥିଲେ ଲାଞ୍ଚ । କିରାଣିଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ରେଡ କରୁଛି ଭିଜାଲାନ୍ସ ଟିମ । ସୂଚନାଥାଉକି ଗତ କିଛିଦିନ ହେବ ଭିଜିଲାନ୍ସ ଆକ୍ସନ ମୋଡରେ ରହିଛି । ଦୁର୍ନୀତିଖୋର ଅଫିସରଙ୍କ ଉପରେ ନଜର ରଖାଯାଇଛି । ପ୍ରମାଣ ମିଳିବା କ୍ଷଣି ରେଡ୍ ହ୍ୟାଣ୍ଡ ଧରୁଛି ଭିଜିଲାନ୍ସ ଟିମ୍ ।