କୋର୍ଟରୁ ଆସିଲା ବେଲ୍ ଅର୍ଡର, କୌଣସି ମୁହୂର୍ତ୍ତରେ ଜେଲରୁ ବାହାରି ପାରନ୍ତି ଆର୍ୟନ ଖାନ
1 min readମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ୨୬ ଦିନ ଜେଲରେ କାଟିବା ପରେ ଆଜି ବାହାରକୁ ଆସିବେ ଆର୍ୟନ ଖାନ । ଆର୍ୟନଙ୍କ ଜାମିନ୍ ନିର୍ଦ୍ଦେଶନାମା ଆସିଛି । ୧ ଲକ୍ଷ ଟଙ୍କା ଓ ବ୍ୟକ୍ତିଗତ ମୁଚାଲିକାରେ ଆର୍ୟନଙ୍କୁ ଜାମିନ୍ ମିଳିଛି । ଗତକାଲି ବମ୍ବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିବା ବେଳେ ଆଜି ଆସିଛି ଅର୍ଡର । ବେଲ୍ ପାଇଥିବା ଆର୍ୟନଙ୍କୁ କୋର୍ଟଙ୍କ ଅନେକ ଗୁଡ଼ିଏ ସର୍ତ୍ତ ମାନିବାକୁ ପଡ଼ିବ । ଜାମିନ୍ ନିର୍ଦ୍ଦେଶନାମାରେ କୁହାଯାଇଛି, ଆଗକୁ ଆର୍ୟନ ସମାନ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବେ ନାହିଁ ।
Bail order of #AryanKhan states that he should present PR bond of Rs 1 lakh with one or more sureties in like amount. He should not indulge in any similar activities, not try to establish contact with co-accused and should surrender passport before Special Court immediately
— ANI (@ANI) October 29, 2021
ଏପରିକି ସହ ଅଭିଯୁକ୍ତଙ୍କ ସହ ସମ୍ପର୍କରେ ରହିବାକୁ ବାରଣ କରାଯାଇଛି । ସ୍ୱତନ୍ତ୍ର କୋର୍ଟରେ ତତକ୍ଷଣାତ୍ ପାସପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାରି ନିର୍ଦ୍ଦେଶନାମା ମୁତାବକ ପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି କାର୍ଯ୍ୟାଳୟରେ ହାଜିରା ଦେବେ । ଏଥିପାଇ କୋର୍ଟ ସମୟ ମଧ୍ୟ ନିର୍ଘଣ୍ଟ କରିଛନ୍ତି । ପ୍ରତି ଶୁକ୍ରବାର ଦିନ ୧୧ଟାରୁ ମଧ୍ୟାହ୍ନ ୨ଟା ମଧ୍ୟରେ ଆର୍ୟନ ଖାନ ଏନସିବି କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏନଡିପିଏସ୍ କୋର୍ଟଙ୍କ ବିନା ଅନୁମତିରେ ଆର୍ୟନ ଦେଶ ନ ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୨ ଦିନ ଧରି ଲଗାତାର ଜାମିନ ଆବେଦନର ଶୁଣାଣି ବେଳେ ଆର୍ୟନଙ୍କ ଓକିଲ ବହୁ ଯୁକ୍ତି ରଖିଥିଲେ । ଗୁରୁବାର ଆର୍ୟନଙ୍କ ଓକିଲଙ୍କ ଯୁକ୍ତି ଆଗରେ କାଟ୍ ଖାଇଥିଲା ଏନସିବିର ଦାବି । ଆର୍ୟନଙ୍କ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନଙ୍କୁ ବମ୍ବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଏନସିବି ଅକ୍ଟୋବର ୩ରେ କ୍ରୁଜରୁ ଆର୍ୟନ୍ ଖାନଙ୍କୁ ଗିରଫ କରିଥିଲା ।