ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ମିଳିଲା ଜାମିନ

ପାଟନା: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଜାମିନ । ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟରୁ ଲାଲୁ ଯାଦବଙ୍କୁ ଜାମିନ ମିଳିଛି । ଚାକିରି ବଦଳରେ ଜମି ହଡ଼ପ ମାମଲାରେ ଲାଲୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ । ଲାଲୁଙ୍କ ସହ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପତ୍ନୀ ରାବଡି ଦେବି, ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ଏବଂ ଆରଜେଡି ସାଂସଦତଥା ଲାଲୁଙ୍କ ଝିଅ ମିଶା ଭାରତୀଙ୍କୁ ଜାମିନ ମିଳିଛି ।