spot_img

Latest Posts

ଲୋକଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା : ରାଜ୍ଯରେ ଭୋଟ୍ ଚାଲିଥିବା ବେଳେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଆୟୁଷ୍ମାନ ଯୋଜନାରେ ସାମିଲ କରାଇବାକୁ କହି କିଛି ମହିଳାଙ୍କ ଦ୍ବାରା ଲୋକଙ୍କ ଫର୍ମ ପୂରଣ କରାଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ପାଟକୁରା, ଅଞ୍ଚଳରେ ଏପରିକି କଟକର ନିଶ୍ଚିନ୍ତି କୋଇଲି, କଟକ ସଦରର ବିଭିନ୍ନ ଗାଁରେ ଅନେକ ମହିଳା ବୁଲି ବୁଲି ଲୋକଙ୍କଠାରୁ ତଥ୍ଯ ସଂଗ୍ରହ କରୁଛନ୍ତି, ଫର୍ମ ପୂରଣ କରାଉଛନ୍ତି। ଏପରି ଜଣେ ମହିଳାଙ୍କୁ ଘେରିଥିଲେ ପାଟକୁରା ଆୟତ୍ତପୁରର ସ୍ଥାନୀୟ ଲୋକେ। ସେମାନେ ପ୍ରଶ୍ନ କରିବାରୁ ସେହି ମହିଳା ଜଣକ କହିଥିଲେ- ତାଙ୍କୁ ପଠାଇଛନ୍ତି ବୈଜୟନ୍ତ ପଣ୍ଡା। ବୈଜୟନ୍ତ ପଣ୍ଡାଙ୍କ ଲୋକ ତାଙ୍କୁ ପଠାଇଛନ୍ତି। ଆୟୁଷ୍ମାନ ଯୋଜନାର ଫର୍ମ ପୂରଣ କରିବାକୁ ପଠାଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ରାଜ୍ଯରେ ତ ଆୟୁଷ୍ମାନ ଯୋଜନା ଲାଗୁ ହୋଇ ନାହିଁ । ଏହାକୁ ନେଇ ତ ରାଜ୍ଯ ସରକାର ଓ କେନ୍ଦ୍ର ସରକାର ମଧ୍ଯରେ ଟଣା ଓଟରା। କାରଣ ରାଜ୍ଯରେ କାର୍ଯ୍ଯକାରୀ ହେଉଛି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା, BSKY  । ଏହି ଯୋଜନାରେ ରାଜ୍ଯ ତଥା ରାଜ୍ଯ ବାହାରେ ଲୋକେ ବିଭିନ୍ନ ହସପିଟାଲରେ ମାଗଣାରେ ଚିକିତ୍ସିତ ହେଉଛନ୍ତି। ଟଙ୍କାଟେ ବି ଦେବାକୁ ପଡ଼ିବ ନାହିଁ। ଏଥରର ସରକାରୀ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ସହିତ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ନିଜ ମେନିଫେଷ୍ଟୋରେ ପ୍ରତିଶୃତି ଦେଇଛି ବିଜେଡି। କିନ୍ତୁ ଆୟୁଷ୍ମାନ ଯୋଜନା ହେଉଛି ଏକ ବୀମା ଭିତ୍ତିକ ଯୋଜନା। ପ୍ରଥମେ ଜଣେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେବ, ତା ପରେ ବୀମା ଟଙ୍କା ମିଳିବ।

ତେଣୁ ରାଜ୍ଯ ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରି ନାହାନ୍ତି। କିନ୍ତୁ ବୈଜୟନ୍ତ ପଣ୍ଡା କିପରି ନିଜ ଲୋକଙ୍କ ଦ୍ବାରା ଆୟୁଷ୍ମାନ ଯୋଜନା ପାଇଁ ଫର୍ମ ପୂରଣ କରାଉଛନ୍ତି। ତା ଛଡ଼ା ଏବେ ନିର୍ବାଚନ ଚାଲିଥିବା ବେଳେ, ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଲୋକଙ୍କୁ କାହିଁକି ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୈଜୟନ୍ତ ପଣ୍ଡା। ତାଙ୍କର ଏହି କାରନାମା ଉପରେ ପ୍ରଶ୍ନ ଉଠାଇଛି ବିଜେଡି। ସାଂସଦ ସୁଲତା ଦେଓ କହିଛନ୍ତି, ଆମେ ଯେଉଁ ଆଶଙ୍କା କରୁଥିଲୁ, ତାହା ସତ ହୋଇଛ।  BSKY କୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି, କ୍ଷମତାକୁ ଆସିବା ପୂର୍ବରୁ ସେମାନେ ଯୋଜନା କଲେଣି। ସେମାନଙ୍କ ମୁଖା ଖୋଲି ଯାଇଛି। ସରଳ ଓଡ଼ିଆ ଲୋକ ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

Latest Posts

Don't Miss