ବୈଜୟନ୍ତ ପଣ୍ଡାଙ୍କ ହୀନ ରାଜନୀତି, ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ…

ଭୁବନେଶ୍ୱର: ସୀମା ଟପିଗଲେ ବୈଜୟନ୍ତ ପଣ୍ଡା  । ଓଡ଼ିଶା ସହ ପାକିସ୍ତାନକୁ ତୁଳନା କରିବାକୁ ମଧ୍ୟ ପଛାଇଲେ ନାହିଁ । ନିଜ ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓଡିଶା ସମ୍ୱନ୍ଧୀତ ଏକ ହୀନ ମନ୍ତବ୍ୟ ରଖିଛନ୍ତି ।  ମହିଳା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ଅଭିଯୁକ୍ତ ସାମ୍ବାଦିକ ରମେଶ ରଥଙ୍କୁ ପଚରାଉଚରା କରୁଛି ପୋଲିସ । ଓଟିଭିର ସଂପୃକ୍ତ ସାମ୍ବାଦିକ ଆଇନ ଉଲ୍ଲଂଘନ କରୁଥିଲେ ବି ତାଙ୍କୁ ସୁରକ୍ଷା ଦେବାକୁ ବୈଜୟନ୍ତ ଏବଂ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ସବୁ ପ୍ରକାର ଉଦ୍ୟମ କରୁଛନ୍ତି ।

ଏପିରିକି ଆହୁରି ତଳକୁ ଓହ୍ଲାଇଯାଇ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ । ତାଙ୍କର ଏଭଳି ଟ୍ୱିଟକୁ ଦୃଢ ବିରୋଧ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି ଯେ ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୈଜୟନ୍ତ । ବୈଜୟନ୍ତ ପଣ୍ଡା ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବା ଟ୍ୱିଟ୍ ଯୋଗେ କହିଛନ୍ତି ପ୍ରଣବ  ।

ସେହିପରି ବୈଜୟନ୍ତଙ୍କୁ  କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅନୁଭବ ମହାନ୍ତି  । ଅନୁଭବ ଟ୍ବିଟ୍‌ କରି ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ‘ଏ ମାଟି ତୁମକୁ ଓ ତୁମ ପରିବାରକୁ ବହୁତ କିଛି ଦେଇଛି’। ‘ଜଗନ୍ନାଥଙ୍କ ଭୂମିକୁ ପାକିସ୍ତାନ ସହ ତୁଳନାର ଦୁଃସାହସ କିପରି କଲ ?’ ବୋଲି ପ୍ରଶ୍ନ କରିଛନ୍ତି  ଅନୁଭବ  । ‘୨୦୧୯ ପୂର୍ବରୁ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରୁଥିଲ’  । ‘କେନ୍ଦ୍ରାପଡ଼ା କ’ଣ ପାକିସ୍ତାନରେ ଅଛି ?’ ‘ଯଦି ସେପରି ଭାବୁଛ ତାହେଲେ ଓଡ଼ିଶା ଛାଡ଼ି ଚାଲିଯାଅ’ ବୋଲି ଅନୁଭବ ଟ୍ବିଟ୍ କରି ଲେଖିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟକୁ ନେଇ ବର୍ଷିଲେ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ବୈଜୟନ୍ତ ଭାରତ ଛାଡ଼ି ପାକିସ୍ତାନରେ ରୁହନ୍ତୁ ବୋଲି ଦେବାଶିଷ କହିଛନ୍ତି । ଉତ୍ତରପ୍ରଦେଶ ଘଟଣାରେ କାହିଁକି ଚୁପ ଥିଲେ ବୈଜୟନ୍ତ ବୋଲି ପ୍ରଶ୍ନ କରିବା ସହ ମହିଳାଙ୍କୁ ବୈଜୟନ୍ତ ସମ୍ମାନ ଦେବା ଜାଣି ନାହାନ୍ତି ବୋଲି କହିଛନ୍ତି । ଟ୍ୱିଟ କରି ନାରୀ ନିର୍ଯାତନାକୁ ସମର୍ଥନ କରୁଛନ୍ତି ବୈଜୟନ୍ତ । ତାଙ୍କୁ ଲାଜ ଲାଗିବା କଥା ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି । ଏହାସହ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବୈଜୟନ୍ତଙ୍କୁ ନିନ୍ଦା କିରଛନ୍ତି ।

Leave a Reply