କାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା, ଅପରାହ୍ଣ ୪ ଟାରୁ ରଥ ଟଣା ନେଇ ନୀତି ନିର୍ଘଣ୍ଟ

1 min read
Bahuda Yatra Rituals Time Table Puri

ପୁରୀ: ନଅ ଦିନର ଲୀଳାଖେଳା ସାରି ବାହୁଡ଼ିବେ ମହାବାହୁ । ଆଜି ନୀତି ଅନୁସାରେ ସନ୍ଧ୍ୟା ଦର୍ଶନ ଚାଲିଛି । କରୋନା କଟକଣା ପାଇଁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ମଙ୍ଗଳବାର ହରିଶୟନ ଏକାଦଶୀରେ ଅନୁଷ୍ଠିତ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ମଙ୍ଗଳ ଆଳତି ପ୍ରାତଃ ୪ଟାରେ ହେବାକୁ ଥିବା ବେଳେ ମଇଲମ ୪ଟା ୧୫, ତଡ଼ପଲାଗି ୪ଟା ୩୦, ଅବକାଶ ୫ଟା, ସୂର୍ଯ୍ୟପୂଜା ସକାଳ ୫ଟା ୧୫, ଦ୍ୱାରପାଳ ପୂଜା ୫ଟା ୩୦, ବେଶ ଶେଷ ୫ଟା ୩୦ ସୁଦ୍ଧା ସରିବ ।

Bahuda Yatra Rituals Time Table Puri

ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ହେବ । ସେନାପଟା ଲାଗି ୭ଟାରୁ ୧୧ଟା ୩୦ ମଧ୍ୟରେ ହେବାକୁ ଥିବାବେଳେ ମଙ୍ଗଳାର୍ପଣ ଦିନ ୧୧ଟା ୪୫, ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି । ସେହିଭଳି ବେଶ ଶେଷ ୧ଟାରୁ ୨ଟା ୩୦ ମଧ୍ୟରେ, ଛେରା ପହଁରା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେବ ।

Bahuda Yatra Rituals Time Table Puri

ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟା ମଧ୍ୟରେ ସରିବା ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ. ନୀତିକାନ୍ତି କରାଯିବ । ବୁଧବାର, ଦ୍ୱାଦଶୀ, ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ । ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସରିବ ।

Leave a Reply