ନିର୍ଦ୍ଧାରିତ ସମୟରେ ଚାଲିଛି ଶ୍ରୀଜିଉଙ୍କ ବାହୁଡ଼ା ନୀତିକାନ୍ତି

1 min read
Bahuda Yatra Rituals Of Deities Going On Puri

ପୁରୀ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଏଥିପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତିକାନ୍ତି ଚାଲିଛି । ହରିଶୟନ ଏକାଦଶୀରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ପୂଜ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହୋଇଛି । ସୂର୍ଯ୍ୟପୂଜା ସକାଳ ୫ଟା ୩୦ରେ ସରିଥିବା ବେଳେ, ଦ୍ୱାରପାଳ ପୂଜା ୫ଟା ୪୦ରେ ଓ ବେଶ ଶେଷ ସରିଛି ।

Bahuda Yatra Rituals Of Deities Going On Puri

ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ୫ଟା ୪୫ରେ ଶେଷ ହୋଇଛି । ସେନାପଟା ଲାଗି ୭ଟାରୁ ୧୧ଟା ୩୦ ମଧ୍ୟରେ ହେବାକୁ ଥିବାବେଳେ ମଙ୍ଗଳାର୍ପଣ ଦିନ ୧୧ଟା ୪୫, ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି । ସେହିଭଳି ବେଶ ଶେଷ ୧ଟାରୁ ୨ଟା ୩୦ ମଧ୍ୟରେ, ଛେରା ପହଁରା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେବ ।

ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟା ମଧ୍ୟରେ ସରିବା ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ. ନୀତିକାନ୍ତି କରାଯିବ । ବୁଧବାର, ଦ୍ୱାଦଶୀ, ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ । ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସରିବ ।

Bahuda Yatra Rituals Of Deities Going On Puri

ବାହୁଡ଼ା ଯାତ୍ରା ପାଇଁ ପୁରୀରେ ସୋମବାର ରାତିରୁ କର୍ଫ୍ୟୁ ଲାଗିଛି । କର୍ଫ୍ୟୁ ବୁଧବାର ରାତିରେ ହଟିବ । ବିନା ପାସରେ କେହି ଯେଭଳି ବଡ଼ଦାଣ୍ଡକୁ ନ ଆସିବେ ସେ ନେଇ ପ୍ରଶାସନ ପଦକ୍ଷେପ ନେଇଛି । ଜେଇଇ ମେନ୍ ପରୀକ୍ଷାର୍ଥୀ ଚେକିଂ ଗେଟରେ ଆଡମିଟ୍ କାର୍ଡ ଦେଖାଇ ଯାଇ ପାରିବେ ।

Leave a Reply