spot_img

Latest Posts

ବାହାନଗା ଟ୍ରେନ ଟ୍ରାଜେଡି: ପରିଚୟ ମିଳୁନଥିବା ମୃତଦେହ ଗୁଡିକର ହେବ ସମୂହ ସଂସ୍କାର

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି । ପରିଚୟ ମିଳୁନଥିବା ମୃତଦେହ ଗୁଡିକର ହେବ ସମୂହ ସଂସ୍କାର। ଏବେ ଏମ୍ସରେ ୩ଟି କଣ୍ଟେନରରେ ୮୧ଟି ମୃତଦେହ ରହିଛି । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସଂରକ୍ଷଣ ପନ୍ଥା ଆପଣାଇ ଶବଗୁଡ଼ିକୁ ଅଧିକ ଦିନ ସଂରକ୍ଷିତ କରି ରଖିଛନ୍ତି ରାଜ୍ୟ ସରକାର। ଏବେ ମୃତଦେହ ଗୁଡ଼ିକ ଗଳିତ ହୋଇ ଖରାପ ହେବାରେ ଲାଗିଛି। ଏଣୁ ଏଗୁଡ଼ିକୁର ଗଣଦାହ କରାଯିବ। ଏଥିପାଇଁ ଭୁବନେଶ୍ବର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଶବ ସଂସ୍କାରର ବ୍ୟବସ୍ଥା କରାଯାଇଛି।

ଅପରପକ୍ଷେ ପରିଚୟ ମିଳୁନଥିବା ୮୧ଟି ମୃତଦେହ ମଧରୁ ୨୯ଟି ସାମ୍ପୁଲର DNA ରିପୋର୍ଟ ଆସିଛି। ତେବେ ପରିଚୟ ମିଳୁନଥିବା ମୃତଦେହକୁ ଚିହ୍ନଟ କରିବାକୁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ୨୯ଟି ମୃତଦେହର ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ପଠାଯାଇଥିଲା। ପରିଚୟ ମିଳିବା ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି ।

 

Latest Posts

Don't Miss