ବାହାନଗା ରେଳ ଦୁର୍ଘଟଣାର ସହାୟତା ରାଶି ନେଇ ଗଲେ ଶ୍ବଶୂର, ଥାନାରେ ଅଭିଯୋଗ କଲେ ପତ୍ନୀ

ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣାର ସହାୟତା ରାଶି ନେଇ ଗଲେ ଶଶୁର । ଥାନାରେ ଅଭିଯୋଗ କଲେ ପତ୍ନୀ। ବାହାନଗା ଟ୍ରେନ ଦୁର୍ଘଟଣାରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ସୁଗୋ ପଞ୍ଚାୟତର ଗୋବିନ୍ଦ ଚନ୍ଦ୍ର ସାହୁ ମୃତ୍ୟୁବରଣ କରିଥିଲେ । କୋଲକାତାରୁ ଘରକୁ ଫେରୁଥିବା ବେ୍ଳେ ରେଳ ଦୁର୍ଘଟଣାଗ୍ରସ୍ତ ହେବାରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା ।

ଶୋକ ସନ୍ତପ୍ତ ପରିବାରକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ହେଲେ ସରକାରଙ୍କ ଠାରୁ ମିଳିଥିବା ସହାୟତା ରାଶି ହାତେଇବା ପାଇଁ ମାରି ଦେବାର ଧମକ ମିଳୁଛି ପତ୍ନୀ ବିଜୟା ସାହୁଙ୍କୁ । ଏମିତିକି ବ୍ୟାଙ୍କ ଜମା ଖାତାରୁ ସମସ୍ତ ଟଙ୍କା ଶ୍ବଶୂର ଉଠାଇ ନେଇଥିବାରୁ ମାଆ ପିଲା ଚଳିବେ କେମିତି ସେନେଇ ବାସୁଦେବପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଶ୍ବଶୁରଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇ ପାରିଲା ନାହିଁ ।