ବାହାନଗା ଟ୍ରେନ୍ ଦୁର୍ଘଟଣା: ପରିଚୟ ମିଳୁନଥିବା ମୃତଦେହର ହେବ ଡିଏନଏ ଟେଷ୍ଟ

1 min read

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ପରିଚୟ ମିଳୁନଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ । ଅଚିହ୍ନା ଏବଂ ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ଏମସରେ ଚିହ୍ନଟ ହେଉଥିବା ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନର ହୋଇଛି । ଏମସରେ ଚିହ୍ନଟ ହୋଇନଥିବା ୫୨ଟି ମୃତଦେହର ଡିଏନଏ ସାମ୍ପଲ ନିଆଯାଇଛି । ସେଗୁଡ଼ିକ ଆସନ୍ତାକାଲି ଦିଲ୍ଲୀ ଏମସକୁ ଟେଷ୍ଟ ପାଇଁ ପଠାଯିବ ।

ଯେଉଁଗୁଡିକ ଚିହ୍ନିଟ ହେଉନାହିଁ, ସେଗୁଡିକ ଡିଏନଏ ଟେଷ୍ଟ ମାଧ୍ୟମରେ ଇଡେଣ୍ଟିଫିକେସନ ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ବିଭିନ୍ନ ହସ୍ପିଟାଲରେ ଥିବା ମୃତଦେହକୁ ଏମ୍ସକୁ ଅଣାଯିବ । ଗୋଟିଏ ଜାଗାରେ ମୃତଦେହ ରହିଲେ ମୃତକଙ୍କ ପରିବାରଙ୍କୁ ଗୋଟିଏ ଜାଗାରୁ ମିଳିପାରିବ । 8ଟି ରାଜ୍ୟରେ ଅଧିକ ସୂଚନା ଦେବା ପାଇଁ ପ୍ରକ୍ରିୟା ଚାଲୁରହିଛି । ଏବେବି କିଛି ଲୋକଙ୍କ ପରିଚୟ ମିଳିପାରୁନି । ବଡିର ମାର୍କ ଅନୁସାରେ ମୃତଦେହ ଚିହ୍ନଟ କରାଯାଉଛି । ସମ୍ପୂର୍ଣ ପରିଚୟ ଦେଖି ଭେରିଫିକେସନ କରି ଶବ ହସ୍ତାନ୍ତର କରାଯାଉଛି ବୋଲି କହିଛନ୍ତି ଏମସ୍ ନିର୍ଦ୍ଦେଶକ । WHO ଆପ୍ରୁଭ ହୋଇଥିବା କଣ୍ଟେନରରେ ବଡିଗୁଡିକୁ ରଖାଯାଇଛି । ମୃତଦେହ ହସ୍ତାନ୍ତର ହୋଇନପାରିଲେ ୨ ବର୍ଷ ପର୍ଯ୍ୟନ୍ତ ରଖାଯାଇପାରିବ ।