ଓଡ଼ିଶାର ନଂ ୧ ମଡେଲ ହାଇସ୍କୁଲ ହେବ ବାହାନଗା ହାଇସ୍କୁଲ: 5T ଅଧ୍ୟକ୍ଷ

1 min read

ବାହାନଗା: ବାଲେଶ୍ବର ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଜିଲ୍ଲା ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ଅଧ୍ୟକ୍ଷ । ଏହି ଅବସରରେ ସେ କହିଛନ୍ତି ଯେ, ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ବର ଜିଲ୍ଲା ଗତ ୬ ମାସ ମଧ୍ୟରେ ୧୦୩୮ କୋଟି ଟଙ୍କା ପାଇଛି । ଗତ ୬ ମାସରେ ବାହାନଗା ବ୍ଲକକୁ ଆସିଛି ୯୦ କୋଟି ଟଙ୍କା। ବ୍ଲକର ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ନଂ ୧ ମଡେଲ ହାଇସ୍କୁଲ ହେବ ବାହାନଗା ହାଇସ୍କୁଲ। ଗତ ଜୁନରେ ସେ ଆସିଥିବା ସମୟରେ ତାଙ୍କୁ ମିଳିଥିବା ୮୦ ଦରଖାସ୍ତରୁ ୭୦ ଦରଖାସ୍ତର ସମାଧାନ ହୋଇଛି । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଲାଗି ୧୬ ତାରିଖରେ ଆସିବ ଖୁସିଖବର । ବିଏସକେଓ୍ବାଇ, ଲକ୍ଷ୍ମୀ ବସ୍ ଓ ପଞ୍ଚାୟତରେ ବ୍ୟାଙ୍କ ପ୍ରତିଷ୍ଠା ଜରିଆରେ ଲୋକଙ୍କ ନିକଟରେ ସୁବିଧା ପହଞ୍ଚିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ।