spot_img

Latest Posts

ଉତ୍ତରପ୍ରଦେଶ ବାଗପତରେ ମାନସ୍ତମ୍ଭ ଭୁଶୁଡ଼ି ୭ ମୃତ, ୮୦ରୁ ଅଧିକ ଆହତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବାଗପତରେ ବଡ଼ ଅଘଟଣ। ବଡୌତ ସହରରେ ଚାଲିଥିବା ଜୈନ ମହୋତ୍ସବର ମାନସ୍ତମ୍ଭ ଭୁଶୁଡି ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ୮୦ ଜଣ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ନିର୍ବାଣ ଲଡୁ ପର୍ବ ଅବସରରେ ଭାଂଗିଲା କାଠରେ ନିର୍ମିତ ଗଛ। ଏହି  ବୃକ୍ଷର ସିଡ଼ି ତଳେ ଦବି ଭକ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରି ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୬୫ ଫୁଟ ଉଚ୍ଚ ଥିଲା କାଠରେ ନିର୍ମିତ ଏହି ଗଛ। ଲୋକ ଚଢିବା ପରେ ଏହି କାଠର ବୃକ୍ଷ ମାନସ୍ତମ୍ଭ ଭୁଶୁଡି ପଡିଥିଲା। ଭାଙ୍ଗିବା ପରେ ଏହା ତଳେ ଦବି ଯାଇଥିଲେ ଶ୍ରଦ୍ଧାଳୁ। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ସହ ଅନ୍ୟ ପୋଲିସ ଟିମ ପହଞ୍ଚି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ ୨ ମହିଳା ଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଅଛନ୍ତି। ଅଘଟଣ ପରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରିବାକୁ ପ୍ରଶାସନ ଚାହୁଁଥିବାବେଲେ ଲୋକେ ବ୍ୟବଚ୍ଛେଦ ନକରିବାକୁ ଜିଦ ଧରି ଅଡି ବସିଥଲେ।ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ପ୍ରତିବାଦ କରିବା ସହ ଜିଲ୍ଲାପାଳ ଓ  ଏସପିଙ୍କୁ ଘେରାଉ କରିଥିଲେ। ପୋଲିସ ଫୋର୍ସ ସହ ଏସପି ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ଗୁରୁତର ଶ୍ରଦ୍ଧାଳୁଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ମିଳିନଥିଲା। ଶେଷରେ ଇ-ରିକ୍ସା ସହାୟତାରେ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Latest Posts

Don't Miss