ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଲେ ବାଗଚୀ

1 min read

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ କଟକଣା। ଗୋଟିଏ ସ୍ଥାନରେ ୭ ଜଣରୁ ଅଧିକ ରହିପାରିବେନି । ବହୁ ଲୋକ ସମାଗମ ହେଉଥିବା ହୋଟେଲ୍‌ ଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଡ଼ି ଚଳାଚଳ ଉପରେ ମଧ୍ୟ ଲଗାଯାଇଛି କଟକଣା । ସହରାଞ୍ଚଳରେ ଅଟୋ ଓ ଟ୍ୟାକ୍ସି ଚଳାଚଳ ନିୟନ୍ତ୍ରଣ କରାଯିବ । ଦିନେ ଛାଡ଼ି ଦିନେ ଚାଲିବ ଅଟୋ ଓ ଟ୍ୟାକ୍ସି। ସେହିପରି ହୋଟେଲ ଗୁଡ଼ିକ ପାଳନ କରିବେ ସାମାଜିକ ଦୂରତ୍ୱ ନିୟମ। ଏହି ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ସ୍ଥିତିରେ ପରିବର୍ତ୍ତନ ନହେବା ଯାଏଁ ଏହି କଟକଣା ବଳବତ୍ତର ରହିବ । ବନ୍ଦ ରହିବ ସରକାରୀ ସମାରୋହ, ଜୟନ୍ତୀ ଆଦି ସାମୂହିକ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ମାନିବା ପାଇଁ ପରାମର୍ଶ ଦିଆଯାଇଛି ।

ବିଶ୍ୱର ୧୮୨ଟି ଦେଶରେ କରୋନା ବ୍ୟାପିଥିବା ବେଳେ ୨ ଲକ୍ଷ ୪୬ ହଜାର ୫୨୨ ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ୨୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମ ସଂକ୍ରମିତ ଇଟାଲୀ ଫେରନ୍ତା ଯୁବକ ଭଲ ଅଛନ୍ତି । କାଲି ରାଜ୍ୟର ଆଉ ଜଣେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଦ୍ୱିତୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ୪୬ ଜଣ ଆସିଛନ୍ତି । ୪୬ ଜଣଙ୍କ ମଧ୍ୟରୁ ୪୩ ଜଣଙ୍କ ସହ ଯୋଗାଯୋଗ ହୋଇଛି । ସଂକ୍ରମିତଙ୍କ ପରିବାର ଉପରେ ଚାପ ନପକାଇବାକୁ ଦିଆଯାଇଛି ଚେତାବନୀ । ଚାପ ପକାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବିଦେଶୀ ପର୍ଯ୍ୟଟକଙ୍କ ସହ ଖରାପ ବ୍ୟବହାର ନକରିବାକୁ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି । ସମସ୍ତ SC/ST ହଷ୍ଟେଲ ମାର୍ଚ୍ଚ ୨୫ରୁ ଜୁନ୍‌ ୧୫ ଯାଏଁ ବନ୍ଦ ରହିବ । ସେହି ଛାତ୍ରଛାତ୍ରୀଙ୍କୁ ୩ ମାସର ଷ୍ଟାଇପେଣ୍ଡ ଆଗୁଆ ଦିଆଯିବ ।

Leave a Reply