ବଗଲା ଧର୍ମଶାଳା ଜମି ଲଜ୍ ମାଲିକଙ୍କୁ ବିକ୍ରି ଅଭିଯୋଗ ମିଛ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିଛନ୍ତି । ପୁରୀ ସହର ବଳଗଣ୍ଡି ଗାଁରେ ବଗଲା ଧର୍ମଶାଳା ରହିଛି । ଏହାର ଖାତା ନମ୍ବର ହେଉଛି ୨୪୨ ଓ ୧୫୦ । ଏହାର ମୋଟ୍ ୨.୭୩୮ ଏକର ଜମି ରହିଛି । ଏହି ଜମି ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ରହିଛି । ବଗଲା ଧର୍ମଶାଳାରେ ୨୦୦ ଜଣ ରହିବାର ବ୍ୟବସ୍ଥା ଥିଲା । ପୂର୍ବରୁ ଏହା ଲଜିଂ ହାଉସ୍ ଫଣ୍ଡ କମିଟିରେ ରେକର୍ଡ ହୋଇଥିଲା ।

ଧର୍ମଶାଳା ଜମିକୁ ଘରୋଇ ଲଜ ମାଲିକଙ୍କୁ ବିକ୍ରି ଖବରକୁ ମିଛ ବୋଲି ଜିଲ୍ଲା ପ୍ରଶାସନ କହିଛି । ବଗଲା ଧର୍ମଶାଳା ବିଲ୍ଡିଂ କାହାକୁ ଦିଆଯାଇନାହିଁ । ମାତ୍ର ୧୨% ଜମି ସେବାୟତଙ୍କ ଥଇଥାନରେ ଉପଯୋଗ ହୋଇଛି । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଦେଇଥିବା ସେବାୟତଙ୍କୁ ଦିଆଯାଇଛି । ଭିତର ସେବାୟତ ନିଯୋଗ ଶ୍ରୀମନ୍ଦିର ପାଇଁ ନିଜ ଜମି ଦାନ କରିଛନ୍ତି । ସରକାରଙ୍କ ଅନୁରୋଧ ରକ୍ଷାକରି ସେମାନେ ନିଜ ଜମି ଦାନ କରିଛନ୍ତି । ଜମି ଦାନ କରିଥିବା ସେହି ସେବାୟତଙ୍କ ପୁନଃ ଥଇଥାନ କରାଯାଉଛି । ସେମାନଙ୍କ ଥଇଥାନ ପାଇଁ ରାଜ୍ୟ କ୍ୟାବିନେଟ ମଧ୍ୟ ମଂଜୁରୀ ଦେଇଛି ।

ବଗଲା ଧର୍ମଶାଳାରେ ମାତ୍ର ୨୦୦ ଲୋକଙ୍କ ରହିବା ସୁବିଧା ଥିଲା । ଏବେ ସେଠାରେ ୨ହଜାର ଲୋକଙ୍କ ରହଣୀ ପାଇଁ କାମ ଚାଲିଛି । ପରେ ଆଉ ୮ ହଜାର ଗରିବ ଭକ୍ତଙ୍କ ରହଣୀର ବ୍ୟବସ୍ଥା କରାଯିବ । ଯେଉଁଠି ସରକାରୀ ଭାବେ ୨ ଲୋକଙ୍କ ରହଣୀ ବ୍ୟବସ୍ଥା ଥିଲେ ଏହାକୁ ୫୦ ଗୁଣ ବୃଦ୍ଧି କରାଯାଇ ଏବେ ୧୦ ହଜାର ଭକ୍ତଙ୍କ ରହଣୀର ବ୍ୟବସ୍ଥା କରାଯାଉଛି । ଜମି ଦାନ କରିଥିବା ସେବାୟତଙ୍କ ପୁନଃ ଥଇଥାନ ଉପରେ ଗୁରୁତ୍ୱ ଦିଆଯାଉଛି ।

Leave a Reply