ଅଡୁଆରେ ବଲିଉଡ ରାପର ବାଦଶା

Mumbai: Rapper Badshah during the promotions of the upcoming film "Khandaani Shafakhana" in Mumbai, on June 22, 2019. (Photo: IANS)

ମୁମ୍ବାଇ: ଅଡୁଆରେ ବଲିଉଡ ରାପର ବାଦଶା । ମହାରାଷ୍ଟ୍ର ସାଇବର ଅଫିସରେ ହାଜର ହୋଇଛନ୍ତି ବାଦଶା । ଫେୟାରପ୍ଲେ ବେଟିଂ ଆପରେ ଇଣ୍ଡିଆନ ପ୍ରିମିୟର ଲିଗ ଦେଖିବା ଲାଗି ଦର୍ଶକଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ବାଦଶାଙ୍କ ବିରୋଧରେ ଏକ ଅଭିଯୋଗ ଦାୟର କରିଥିଲା ଭାୟାକମ ୧୮ ନେଟଓ୍ବର୍କ । ବାଦଶା ଓ ଅଭିନେତା ସଞ୍ଜୟ ଦତ୍ତଙ୍କ ସମେତ ୪୦ଜଣଙ୍କ ନାମରେ ଏହି ମାମଲା ଦାୟର ହୋଇଥିଲା । ଆଇପିଏଲ ପ୍ରସାରଣ ଲାଗି ଭାୟାକମ ୧୮ ନେଟଓ୍ବର୍କ ବୌଦ୍ଧିକ ସମ୍ପତ୍ତିଗତ ଅଧିକାର ବା ଆଇପିଆର ହାସଲ କରିଥିଲା । ମାତ୍ର ଫେୟାରପ୍ଲେ ଜରିଆରେ ଆଇପିଏଲ ଦେଖିବା ଲାଗି ବାଦଶା ଦର୍ଶକଙ୍କୁ ପ୍ରୋତ୍ସାହନ ଦେଉଥିଲେ । ଡିଜିଟାଲ ପାଇରାସି ଅନୁସାରେ ଏହି ମାମଲା ରୁଜୁ ହୋଇଛି ହୋଇଥିବାବେଳେ ଅନ୍ୟ ଅଭିନେତାଙ୍କ ବିରୋଧରେ ସମନ ଜାରି କରାଯିବ ବୋଲି ସୂଚନା ମିଳିଛି । ଫେୟାରପ୍ଲେ ଆପ ସୌରଭ ଚନ୍ଦ୍ରକର ଓ ରବି ଉପ୍ଲଲଙ୍କ ମାଲିକାନାରେ ଚାଲିଥିବା ମହାଦେବ ଆପ୍ ସହ ସମ୍ପର୍କିତ ବୋଲି ସୂଚନା ମିଳିଛି । ମହାଦେବ ଆପ୍ ବିରୋଧରେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଜାରି ରଖିଛି । ଗତ ଫେବ୍ରୁଆରୀରେ ୟୁଏଇରେ ଚନ୍ଦ୍ରକରଙ୍କ ବିବାହ ଉତ୍ସବରେ ସଞ୍ଜୟ ଦତ୍ତ, ସୁନୀଲ ସେଟ୍ଟି, ଟାଇଗର ଶ୍ରଫଙ୍କ ସମେତ ବହୁ ନାମୀଦାମୀ ଅଭିନେତା ଯୋଗଦେଇଥିଲେ ।