spot_img

Latest Posts

ବଡ଼ଚଣା ଆଇଆଇସିଙ୍କ ଶ୍ରୀମନ୍ଦିର ପ୍ରବେଶ ମାମଲା, ନିଲମ୍ବିତ ହେଲେ ପୂଜାପଣ୍ଡା ସେବକ

ପୁରୀ: ବଡ଼ଚଣା ଥାନାର ନିଲମ୍ବିତ ଆଇଆଇସିଙ୍କ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗ। ପୂଜାପଣ୍ଡା ସେବକ ଲକ୍ଷ୍ମୀନାରାୟଣ ପୂଜାପଣ୍ଡାଙ୍କୁ ନିଲମ୍ବିତ କରିଛି ପୂଜାପଣ୍ଡା ନିଯୋଗ। ତାଙ୍କୁ ନିଯୋଗର ସଦସ୍ୟତା ପଦରୁ ନିଲମ୍ବନ କରାଯାଇଛି। ନିଯୋଗର ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଶ୍ରୀମନ୍ଦିର ସେବା ପୂଜାରେ ଯୋଗ ଦେଇପାରିବେ ନାହିଁ।

ଶ୍ରୀମନ୍ଦିର ପ୍ରଶାସନ ଏନେଇ ଅଭିଯୁକ୍ତ ପୂଜାପଣ୍ଡା ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ତେବେ ନୋଟିସ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପୂଜାପଣ୍ଡା ନିଯୋଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନୋଟିସ୍‌ ଆଧାରରେ ଗତକାଲି ସଂପୃକ୍ତ ସେବକଙ୍କୁ ନିଲମ୍ବିତ କରିଛି ନିଯୋଗ।

ବଡଚଣା ନିଲମ୍ବିତ ଆଇଆଇସିଙ୍କ ଗାଡିକୁ ନେଇ ହଜାର ପ୍ରଶ୍ନ !

Latest Posts

Don't Miss