ବଡମ୍ବା : ବଡମ୍ବା ତେଲିସାହି ନିକଟରେ ବଡ଼ ଦୁର୍ଘଟଣା । ବାଲି ଓଭରଲୋଡିଂ କରି ନେଇ ଯାଉଥିବା ଟ୍ରକ ସିରିଜ ଦୁର୍ଘଟଣା ଘଟାଇଛି। ଏକା ସହ ତିନି ତିନୋଟି ଗାଡି କୁ ଚାପି ଘରେ ପଶିଲା। ଆଜି ଭୋର ରୁ ଡ୍ରାଇଭର ଓଭର ଲୋଡିଂ କରି ବାଲି ନେଇ ତିଗିରିଆ ଯାଉଥିବା ବେଳେ ବଡମ୍ବା ତେଲିସାହି ନିକଟରେ ଏକ ବାଇକ,ଅଟୋ ଓ ଏକ ଓମିନି ଗାଡି କୁ ଚାପି ଦେଇଛି। ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଛି। ବଡମ୍ବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଲି ବୋଝେଇ ଟ୍ରକ ଜବତ କରିବା ସହ କାଗଜପତ୍ର ଯାଞ୍ଚ କରୁଛି। ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

