ହାଇଓ୍ବା ଧକ୍କାରେ ଚାଲିଗଲା ଶିଶୁର ଜୀବନ, ନରସିଂହପୁର- ଅନୁଗୁଳ ମୁଖ୍ୟରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ

1 min read

ବଡ଼ମ୍ବା: ହାଇୱା ଧକ୍କାରେ ଶିଶୁ ମୃତ । ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା, ରାସ୍ତା ଅବରୋଧ । କଟକ ଜିଲ୍ଲା ନରସିଂହପୁର ଥାନା ବାଘୁଆପାଳ ଗାଁରେ ହାଇୱା ଧକ୍କାରେ ଜଣେ ଶିଶୁ ପ୍ରାଣ ହରାଇଛି । ଶିଶୁଟି ସ୍କୁଲରୁ ଫେରୁଥିବା ବେଳେ ହାଇୱା ଧକ୍କା ଦେଇଥିଲା । ମୃତ ଶିଶୁ ହେଲା ବାଘୁଆପାଳ ଗାଁର ଦୀପୁ ଦେହୁରୀଙ୍କ ୬ ବର୍ଷର ପୁଅ ସମୀର ଦେହୁରୀ। ହାଇୱା ଧକ୍କା ଦେବା ପରେ ପରିବାର ଲୋକ ଦୀପୁକୁ ଚିକିତ୍ସା ପାଇଁ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ପରିବାର ପକ୍ଷରୁ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଶିଶୁର ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଗାଁଲୋକ ନରସିଂହପୁର- ଅନୁଗୁଳ ମୁଖ୍ୟରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି । ନରସିଂହପୁର ପୋଲିସ ପହଞ୍ଚି ତଦନ୍ତ କରୁଛି ।