ବାଇକକୁ ପିଟିଲା କାର, ଭାଇ ଏବଂ ଭଉଣୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ବଡମ୍ବା ଭଟ୍ଟାରିକା ଛକ ଠାରେ ବାଇକକୁ ପିଟିଲା କାର । ଦୁର୍ଘଟଣାରେ ଭାଇ ଭଉଣୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା । ମୃତକ ହେଲେ ବନମାଳୀପୁର ଗାଁର ସନ୍ତୋଷ କୁମାର ସାହୁ ଏବଂ ତାଙ୍କ ଭଉଣୀ ପାଲିଆ ସାହୁ । ସନ୍ତୋଷ ତାଙ୍କ ଭଉଣୀ ପାଲିଆ ସାହୁଙ୍କୁ ବଡ଼ମ୍ବା ଗୋପିନାଥପୁର ସ୍ଥିତ ଚଣ୍ଡିମଙ୍ଗଳ ଗାଁ ଶାଶୁ ଘରକୁ ଛାଡ଼ିବା ପାଇଁ ଯାଉଥିଲେ । ହେଲେ ଭଟ୍ଟାରିକା ଛକ ଠାରେ ଏକ ଦ୍ରୁତଗାମୀ କାର ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପାଲିଆ ସାହୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବଡ଼ମ୍ବା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଏକ ମାମଲା ରୁଜୁ କରିଛି । ଏହାସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ପୋଲିସ ।