ଚଳିତ ବର୍ଷ ଶ୍ରୀମନ୍ଦିର ସମ୍ମୁଖରେ ହେବନି ବଡବଡିଆ ଡାକ

ପୁରୀ: କରୋନା କଟକଣା ଭିତରେ ଫିକା ପଡ଼ୁଛି ବର୍ଷ ବର୍ଷର ପରମ୍ପରା । ଏଥିରୁ କେମିତି ବା ବାଦ୍ ପଡ଼ିଥାନ୍ତା ଶ୍ରୀକ୍ଷେତ୍ରରେ ହେଉଥିବା ବଡବଡିଆ ଡାକ । ଏଥର କାଉଁରିଆ ଉପରେ କଟକଣା । ଚଳିତ ବର୍ଷ ଶ୍ରୀମନ୍ଦିର ସମ୍ମୁଖରେ ବଡବଡିଆ ଡାକିବା ନେଇ କଟକଣା ଜାରି କରାଯାଇଛି । କରୋନା କଟକଣା ହେତୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ କାଉଁରିଆ କାଠି ଜାଳି ବଡବଡିଆ ଡାକିବା ନିଷେଧ କରାଯାଇଛି ।

କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ସରକାରଙ୍କ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ସରକାର । ତେଣୁ ଅଧିକ ଧୂଆଁ ଦ୍ୱାରା କରୋନା ସଂକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନା ଥିବାରୁ ବଡ଼ବଡ଼ୁଆ ଡାକ ବନ୍ଦ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି |

ତେଣୁ ଶ୍ରୀମନ୍ଦିର ସମ୍ମୁଖରେ ବଡବଡିଆ ଡାକିବା ନେଇ ଯେଉଁ ବ୍ୟବସ୍ଥା ପୂର୍ବରୁ ରହିଥିଲା ସେ ବ୍ୟବସ୍ଥାକୁ ବନ୍ଦ କରିବା ନେଇ ପ୍ରଶାସନ ନିଷ୍ପତି ନେଇଥିବା ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି |

Leave a Reply