ବଡ଼ଓଷା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ: ସୁରକ୍ଷା ଦାୟିତ୍ୱରେ ୨୦ ପ୍ଲାଟୁନ ପୋଲିସ

1 min read

ଆଜି ହେଉଛି ମହା କାର୍ତ୍ତିକ ମାସର ମହାପର୍ବ ବଡ଼ଓଷା । କାର୍ତ୍ତିକ ମାସର ତ୍ରୟୋଦଶ ତିଥି । ସେଥିପାଇଁ ଚଳଚଞ୍ଚଳ କଟକର ଧବଳେଶ୍ବେର ପୀଠ । ବାବାଙ୍କ ଦିବ୍ୟ ବଡ଼ସିଂହାର ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଗହଳି । ଏହା ସହ ଗଜଭୋଗ ପାଇବାକୁ ପୀଠରେ ବଢ଼ୁଛି ଗହଳି ।

ଏହି ଗଜଭୋଗ ଓ ତରଣ ପାଇବାକୁ ଶ୍ରଦ୍ଧାଳୁମାନେ ବର୍ଷ ସାରା ଅପେକ୍ଷା କରିଥାନ୍ତି ।

କାର୍ତ୍ତିକ ମାସ ଆରମ୍ଭ ପୂର୍ଣ୍ଣିମାରୁ ବାବା ଧବଳେଶ୍ବରଙ୍କ ନିକଟରେ ମାନସିକଧାରୀ ମାନେ ଗୁଆ ବସାଇ ବ୍ରତ ଆରମ୍ଭ କରିଥାନ୍ତି । ଆଜିର ଦିନରେ ଗୁଆ ଉଠାଇବା ସହ ବାବାଙ୍କ ପାଖରେ ଗଜଭୋଗ ଲାଗି ହୁଏ । ବାବାଙ୍କ ବଡସିଂହାର ବେଶ ଦର୍ଶନ କଲେ ଅଶେଷ କରୁଣା ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଜି ରାତି ପ୍ରାୟ ୩ଟା ସମୟରେ ଧବଳେଶ୍ବରଙ୍କ ପହଡ଼ ଖୋଲିଥିଲା । ଏହା ପରେ ୧୦୮ ଗରା ଜଳରେ ମହାସ୍ନ।ନ ପରେ ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାସକରି ଡଙ୍ଗାରେ ଯାଉଥିବା ଯାତ୍ରୀଙ୍କ ପାଇଁ ଲାଇଫ ଜ୍ୟ।କେଟକୁ ବାଧ୍ୟତାମୂଳକ କରାଯାଇଛି । ମୁତୟନ ହୋଇଛନ୍ତି ୨ଟି ଓଡ୍ରାଫ ଓ ୨ଟି ଅଗ୍ନିଶମ ଅଧିକାରୀଙ୍କ ଟିମ । ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ମୁତୟନ ହୋଇଛନ୍ତି ୨୦ ପ୍ଲାଟୁନ ପୋଲିସ । ଝୁଲାପୋଲରେ ଶୃଙ୍ଖଳିତ ଯାତାୟାତ ସହ ପୂରା ଅଞ୍ଚଳ ଉପରେ ନଜର ରଖିଛି ସିସିଟିଭି । ')}

Leave a Reply