ଶ୍ରୀମନ୍ଦିରରେ ରକ୍ତଛିଟା: ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି

ପୁରୀ: ପୁରୀ ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା । ଭକ୍ତଙ୍କ ରକ୍ତ ଛିଟା ଦେଖାଯିବା ପରେ ଶ୍ରୀମନ୍ଦିରରେ ହେଲା ମହାସ୍ନାନ ନୀତି । ମନ୍ଦିର ଧୁଆ ଯାଇ ଚୁନ ପାଣି ଛିଞ୍ଚା ଯିବା ପରେ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି ।

ସୂଚନାଯୋଗ୍ୟ, ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଗହଳି । ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଭକ୍ତଙ୍କ ଲମ୍ବା ଲାଇନ । ଗତକାଲି ରବିବାର ଦର୍ଶନ ବନ୍ଦ ରହିଥିବାରୁ ଆଜି ପ୍ରତ୍ୟୁଷରୁ ଭିଡ଼ ଲାଗି ରହିଥିବା ବେଳେ ସ୍ୱତନ୍ତ୍ର ବ୍ୟାରିକେଡ଼ ମଧ୍ୟରେ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି । ସାଧାରଣତଃ ମରଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ରହିଥିବା ବେଳେ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଛି । ସେପଟେ ଆଜି ଶ୍ରୀମନ୍ଦିରରେ ସକାଳୁ ସକାଳୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଭିତର କାଠ ନିକଟରେ ଭକ୍ତଙ୍କ ରକ୍ତ ଛିଟା ପଡ଼ିଥିବା ପରିଲକ୍ଷିତ ହୋଇଥିବାରୁ ଧୁଆ ହୋଇ ଚୁନ ପାଣି ଛିଞ୍ଚା ଯାଇ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି ।