ସଡ଼କ ଦୁର୍ଘଟଣାରେ ’ବଚପନ୍ କା ପ୍ୟାର’ ଗୀତର ପପୁଲାର ସିଙ୍ଗର ସହଦେବ ଡିରଡୋ ଗୁରୁତର
1 min readସୁକମା: ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ’ବଚପନ୍ କା ପ୍ୟାର’ ସିଙ୍ଗର ସହଦେବ ଡିରଡୋ । ’ବଚପନ୍ କା ପ୍ୟାର’ ଗୀତ ଗାଇ ଘରେ ଘରେ ବେଶ୍ ପରିଚିତ୍ ଥିଲେ ସହଦେବ । ତେବେ ଦୁର୍ଘଟଣା ପରେ ସେ ଗୁରୁତର ଥିବା ସୂଚନା ମିଳିଛି । ସହଦେବଙ୍କ ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ସୁକମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ପଠାଯାଇଥିଲା । ସଡ଼କ ଦୁର୍ଘଟଣାରେ ସହଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହି ଖବର ଜାଣିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୁକମା ଜିଲ୍ଲାପାଳଙ୍କୁ ଫୋନ କରି ସହଦେବଙ୍କୁ ଉନ୍ନତ ଚିକିତ୍ସା ଦେବା ପାଇଁ କହିଥିଲେ । ଏଥିସହ ବଲିଉଡ କଣ୍ଠଶିଳ୍ପୀ ବାଦଶାହା ମଧ୍ୟ ଏହି ଘଟଣା ପରେ ଟ୍ୱିଟ୍ କରି ସହଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କି ମୁଁ ସହଦେବଙ୍କ ପରିବାର ଓ ସାଙ୍ଗମାନଙ୍କ ସହ କଥା ହୋଇଛି । ସହଦେବ ଏବେ ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ବାଦଶାହା ।
मुख्यमंत्री श्री @bhupeshbaghel ने सहदेव दिरदो की दुर्घटना की खबर पर दुःख जताते हुए कलेक्टर श्री विनीत नंदनवार @SukmaDist को त्वरित रूप से सर्वोत्तम चिकित्सा सहायता उपलब्ध कराने का निर्देश दिया है।
— CMO Chhattisgarh (@ChhattisgarhCMO) December 28, 2021
In touch with Sahdev’s family and friends. He is unconscious, on his way to hospital. Im there for him. Need your prayers ?
— BADSHAH (@Its_Badshah) December 28, 2021
ସହଦେବଙ୍କ ଘର ଛତିଶଗଡ଼ ସୁକମାରେ ଅଟେ । ଆଜି ସହଦେବଙ୍କ ବାସଭବନ ସୁକୁମାଠାରେ ହିଁ ତାଙ୍କର ଏହି ସଡକ ଦୁର୍ଘଟଣା ଘଟିଥିଲା । ଏହାପରେ ଗୁରୁତର ଆହତ ହୋଇଥିବା ସହଦେବଙ୍କୁ ପ୍ରଥମେ ସୁକୁମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିବାବେଳେ, ସୁକୁମା ଜିଲ୍ଲାପାଳ ଓ ଏସପି ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।