ଖଣ୍ଡଗିରି ପାହାଡ଼ ପାଦଦେଶର ଛାତିଥରା ଘଟଣା: ମାଆ କୋଳରୁ ଖସିଗଲା ଛୁଆ, ଆଉ ତା’ ପରେ..

ଭୁବନେଶ୍ୱର: ଖଣ୍ଡଗିରି ପାହାଡ଼ର ପାଦତଳେ ଘଟିଛି ଏକ ହୃଦୟବିଦାରକ ଘଟଣା । ଗଛରୁ ଡିଆଁ ମାରିବା ବେଳେ ମାଆ କୋଳରୁ ଖସିପଡ଼ିଲା ମାଙ୍କଡ଼ ଛୁଆ । ପେଟରେ ଲୁହା ଗ୍ରୀଲ ପଶି ରକ୍ତାକ୍ତ ହୋଇଯାଇଥିଲା କୁନି ମାଙ୍କଡ଼ । ଆଉ ଏହାର କିଛି ସମୟ ମେଡିକାଲ ଯିବା ବାଟରେ ଆଖି ବୁଜି ଦେଲା କୁନି ମାଙ୍କଡ଼ । ଛୁଆ ସିନା ମରିଗଲା ହେଲେ ଏଣେ ତେଣେ ଖୋଜିଚାଲିଥିଲା ମା’ ମାଙ୍କଡ଼ ।

ଭୂତାଣୁ ଭୟରେ ସମସ୍ତେ ଭୟଭୀତ । ଶୂନଶାନ ରାସ୍ତା ଘାଟ, ସବୁଠି ନିରବ । ହେଲେ ମାଙ୍କଡ଼ମାନଙ୍କ ଚାଲିଥିଲା ମଜା ମସ୍ତି । ଏ ଡାଳରୁ ସେ ଡାଳ ଡେଇଁ ମା କୋଳକୁ ଆସୁଥିଲା କୁନି ମାଙ୍କଡ଼ । କ୍ଷୀର ପିଇବ, ଆଉ ଘଡ଼ିଏ ଶୋଇଯିବ । ହେଲେ କିଏ ଜାଣିଥିଲା ମା’ କୋଳ ବଦଳରେ ମୃତ୍ୟୁ ଛକିଥିଲା ଲୁହା ଗ୍ରୀଲରେ । ମା’ ପାଖକୁ ଡେଉଁଥିବା ବେଳେ, ଖସିପଡ଼ିଥିଲା ଲୁହାର ଗ୍ରୀଲ ଉପରେ । ପେଟ ଖଣ୍ଡିଆ ହୋଇ ରକ୍ତ ଜୁଡ଼ବୁଡ଼ୁ ସହ ଯନ୍ତ୍ରଣା ପାଉଥିଲା କୁନି ମାଙ୍କଡ଼ । ଏଇଠି ଅଟକିନଥିଲା ମା’ର ମନ । ପିଲାକୁ କୋଳକୁ ନେଇ କାନ୍ଦୁଥିଲା, ଆଉ କେତେ କଥା କହିଯାଉଥିଲା । ମା ପାଖରୁ ମାଙ୍କଡ଼ ଛୁଆକୁ ଉଦ୍ଧାର କରି ନିଆଯାଇଥିଲା ହସ୍ପଟିଲା । ହେଲେ ଅଧାରାସ୍ତାରେ ସେ ମରିଯାଇଥିଲା

ଏ ହେଉଛି ମା’ଠୁ ତାର ଛୁଆକୁ ନେବା ସମୟର ଦୃଶ୍ୟ । ପିଲାକୁ ନପାଇ ଏପଟ ସେପଟ ହେଉଥିଲା ଆଉ କାନ୍ଦୁଥିଲା । କେତେବେଳେ ବନ୍ଦ ଦୋକାନ ତଳେ ଖୋଜୁଥିଲା ତୋ କେତେବେଳେ ଲୁହା ଖମ୍ବ ଉପରେ ଚଢ଼ି ଚାରିଆଡ଼କୁ ଦେଖୁଥିଲା । କାଳେ ତା ପିଲାକୁ ଏଇଠି କେଉଁଠି ଲୁଚାଯାଇଛି । ପାଖରେ ଥିବା ଲୋକଙ୍କ ଆଖିରୁ ବି ପାଣି ଜକେଇ ଆସୁଥିଲା ମା’ର ଏ ମମତାକୁ ଦେଖି । ଛୁଆ ମାଙ୍କଡ଼କୁ ବଞ୍ଚାଇବା ପାଇଁ ଶତ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ଯୁବକମାନେ ତାର ସତ୍କାର କରିଛନ୍ତ ।

Leave a Reply