spot_img

Latest Posts

କପିଳାଶ ଯିବ ଗଞ୍ଜାମରୁ ଉଦ୍ଧାର ହାତୀ ଛୁଆ

ଟିକିଟି: ଗଞ୍ଜାମର ଟିକିଟି ସ୍ଥିତ ସୋରଳରୁ ଉଦ୍ଧାର ହୋଇଥିବା କୁନି ହାତୀଛୁଆ କପିଳାଶ ଚିଡିଆଖାନାକୁ ଯିବ। ଏନେଇ ୱାଇଲ୍ଡ ଲାଇଫ୍ ପିସିସିଏଫ ସିଫ୍ଟିଂ ପାଇଁ ଅନୁମତି ଦେଇଛନ୍ତି।

ଯାହାକୁ ଦୃଷ୍ଟିରେ ରଖି ହାତୀ ସିଫ୍ଟ ପ୍ରକ୍ରିୟା ଆରମ୍ଭ କରାଯାଉଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡି ଯୋଗେ ହାତୀ ଛୁଆକୁ କପିଳାଶ ପଠାଯିବ। ଏନେଇ କପିଳାଶ ଚିଡିଆଖାନାରେ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ତେବେ ଏହା ପୂର୍ବରୁ ହାତୀ ଛୁଆକୁ ପ୍ରଥମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରଣ କରିବାକୁ ବ୍ୟବସ୍ଥା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କପିଳାଶ ପଠାଇବାକୁ ଯୋଜନା କରାଯାଇଛି ।

ସୂଚନାଯୋଗ୍ୟ, ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହାତୀପଲ ଗଂଜାମ ଟିକିଟି ସୋରଳର ବାହୁଦା ହ୍ରଦରେ ଫସି ଯାଇଥିଲେ । ବହୁ କସରତ ପରେ ବନବିଭାଗର ହାତୀପଲ ହ୍ରଦରୁ ବାହାରିଥିଲେ। ମାତ୍ର ହାତୀ ଛୁଆଟିଏ ଫସିରହିଥିଲା। ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ହାତୀଛୁଆକୁ ଉଦ୍ଧାର କରାଯାଇଥିଲା ସତ, ହେଲେ ହାତୀପଲ ଆଉ ସାଙ୍ଗରେ ନେଇନଥିଲା। ମଣିଷ ଛୁଇଁ ଦେଇଥିବାରୁ ହାତୀ ଛୁଆଟିକୁ ଛାଡି ଚାଲି ଯାଇଥିଲେ ହାତୀ ପଲ। ଯାହା ପରେ ହାତୀ ଛୁଆକୁ ଚିଡିଆଖାନା ପଠାଇବାକୁ ସ୍ଥିର କରିଥିଲା ବନବିଭାଗ ।

ଏହି ୧୦ ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗି ଦେଇଥିଲେ । ଯାହା ପରେ ହ୍ରଦରେ ଭିତରେ ପଶିକି ଯିବା ବେଳେ ସେଠାରେ ଫସି ଯାଇଥିଲେ। ଏପରିକି ସେମାନେ ଲକ୍ଷାଧିକ ଟଙ୍କାର ମାଛ ଧରା ଯନ୍ତ୍ରାଂଶ, ଜାଲ ସହ ଡଙ୍ଗାକୁ ଭାଙ୍ଗି ଦେଇଥିବା ନେଇ ସୂଚନା ମିଳିଥିଲା।

Latest Posts

Don't Miss