spot_img

Latest Posts

ଏବେ ନନ୍ଦନକାନନ ହେବ ନୂଆ ଘର

ଗଞ୍ଜାମ: ମଣିଷ ଛୁଇଁଦେଲେ ବୋଲି ଗୋଟିଏ ହାତୀ ଛୁଆକୁ ହାତୀପଲ ସାଙ୍ଗରେ ନେଲେନି ବରଂ ଉଦ୍ଧାର କରିଥିବା ଡଙ୍ଗାକୁ ଚୂରମାର କରିଦେଲେ । ଏବେ ଏକା ଏକା କୁନି ହାତୀ ।

ମାଆଠୁ ଦୂରରେ ସାରା ରାତି ଟାମଣା ଫରେଷ୍ଟ ନର୍ସରୀରେ କାଟିଛି ହାତୀ ଛୁଆ। ନର୍ସରୀରେ ବନ କର୍ମଚାରୀ ଖାଇବାକୁ ଦେଇଥିଲେ, ହେଲେ ସହଜ ନୁହେଁ ଏମିତି ଏକୁଟିଆ ଜୀବନ । ହେଲେ ଏବେ ହାତୀଛୁଆର ନୂଆ ଘର ନନ୍ଦନକାନନ ହେବ ବୋଲି ସୂଚନା ମିଳିଛି ।

ହାତୀଛୁଆକୁ ସ୍ଥାନାନ୍ତରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଏବେବି ସ୍ଥାନୀୟ ଅଞ୍ଚଳ ଛାଡି ଯାଇନାହାଁନ୍ତି ହାତୀପଲ। ଏପରିକି ହାତୀପଲର ଆତଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରହା ବନ୍ଦ ରଖାଯାଇଛି।

ସୂଚନାଯୋଗ୍ୟ, ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହାତୀପଲ ଗଂଜାମ ଟିକିଟି ସୋରଳର ବାହୁଦା ହ୍ରଦରେ ଫସି ଯାଇଥିଲେ । ବହୁ କସରତ ପରେ ବନବିଭାଗର ହାତୀପଲ ହ୍ରଦରୁ ବାହାରିଥିଲେ। ମାତ୍ର ହାତୀ ଛୁଆଟିଏ ଫସିରହିଥିଲା। ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ହାତୀଛୁଆକୁ ଉଦ୍ଧାର କରାଯାଇଥିଲା ସତ, ହେଲେ ହାତୀପଲ ଆଉ ସାଙ୍ଗରେ ନେଇନଥିଲା। ମଣିଷ ଛୁଇଁ ଦେଇଥିବାରୁ ହାତୀଛୁଆଟିକୁ ଛାଡି ଚାଲିଯାଇଥିଲେ ହାତୀପଲ।

ଏହି ୧୦ଟିକିଆ ହାତୀପଲ ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗିବା ପରେ ହ୍ରଦରେ ଫସି ଯାଇଥିଲେ। ଏପରିକି ସେମାନେ ଲକ୍ଷାଧିକ ଟଙ୍କାର ମାଛ ଧରା ଯନ୍ତ୍ରାଂଶ, ଜାଲ ସହ ଡଙ୍ଗାକୁ ଭାଙ୍ଗି ଦେଇଥିବା ସୂଚନା ମିଳିଥିଲା।

Latest Posts

Don't Miss