ଭୁବନେଶ୍ବର ଫେରିଲେ ବାବୁସାନ୍‌

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଛନ୍ତି ଅଭିନେତା ବାବୁସାନ୍ । ବିମାନ ବନ୍ଦରରେ ବାବୁସାନ୍‌ ପହଞ୍ଚିବା କ୍ଷଣି ସେଠାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା  । ହେଲେ ଗଣମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ନରଖି ସିଧାସଳଖ ଘର ଅଭିମୁଖେ ଚାଲି ଯାଇଛନ୍ତି ବାବୁ  ।

ଗତକାଲି ଚେନ୍ନାଇ ବିମାନ ବନ୍ଦରରେ ବାବୁସାନଙ୍କୁ ଦେଖିବାକୁ ମିଳିଥିଲା  । ହେଲେ ସେ ଭୁବନେଶ୍ବର ପହଞ୍ଚି ନଥିବାରୁ ନାନା ପ୍ରଶ୍ନ ଉଙ୍କି ମାରିଥିଲା । ଭୁବନେଶ୍ବରରେ ଲ୍ୟାଣ୍ଡ କରି କନେଟିଙ୍ଗ ଫ୍ଲାଇଟରେ ଅନ୍ୟ କୁଆଡେ ଚାଲିଯାଇଥିବା ମଧ୍ୟ ଗତକାଲି ଚର୍ଚ୍ଚା ହେଉଥିଲା  ।

ଏପଟେ ଭୁବନେଶ୍ବର ବିମାନବନ୍ଦରରେ ଅପେକ୍ଷା କରି ତାଙ୍କ ପ୍ରଶଂସକ ମାନେ ନିରାଶ ହୋଇଥିଲେ । ଗତକାଲି ଭୁବନେଶ୍ବରରେ ରାତି ୯ଟା ୪୦ରେ ଚେନ୍ନାଇରୁ ଇଣ୍ଡିଗୋ ବିମାନ ଆସି ପହଞ୍ଚିଥିବା ବେଳେ ବାବୁସାନ୍ ସେଥିରେ ନଥିଲେ । ବିମାନରେ ଆସିଥିବା କିଛି ଯାତ୍ରୀ ମଧ୍ୟ ତାଙ୍କୁ ଚେନ୍ନାଇ ବିମାନବନ୍ଦରରେ ଦେଖିଥିଲେ  । ହେଲେ ସେ ବିମାନରେ ଆସିନଥିବା ଅନୁମାନ କରାଯାଉଛି ।