ବାବୁସାନ୍‌ଙ୍କ ବରମୁଣ୍ଡା ଘରେ ବାର୍ଥଡେ‘ ସେଲିବ୍ରେସନ, ପହଞ୍ଚିଲେ ନିର୍ଦ୍ଦେଶକ ପ୍ରଯୋଜକ

1 min read

ଭୁବନେଶ୍ବର: ଜନ୍ମଦିନରେ ଯୋଡିହେବେ କି ପତିପତ୍ନୀ  । ବିବାଦ ଭୁଲି ସମ୍ପର୍କକୁ ସଜାଡିବେ କି ବାବୁସାନ୍ ଓ ପତ୍ନୀ ତୃପ୍ତି ଶତପଥୀ । ଆଜି ବାବୁସାନଙ୍କ ଜନ୍ମଦିନ  । ବିବାଦ ଭିତରେ ଜନ୍ମଦିନ ପାଳନ କଲେ ବାବୁସାନ୍‌। ବରମୁଣ୍ଡାସ୍ଥିତ ଘରେ ବିଳମ୍ବିତ ରାତିରେ କେକ୍‌ କାଟି ସେଲିବ୍ରେସନ କରିଥିବା ସୂଚନା ମିଳିଛି। ଅଭିନେତା ରବି ମିଶ୍ର, ନିର୍ଦ୍ଦେଶକ ଅଶୋକ ପତି ଓ ପରିବାର ଲୋକଙ୍କ ସହିତ ଥିଲେ ବାବୁସାନ।

ଆଜି ପତ୍ନୀ ତୃପ୍ତି ଓ ପୁଅଙ୍କ ସହିତ ଜନ୍ମଦିନ ପାଳନ କରିବେ। ଯଦି ସେମାନେ ନ ଆସିଲେ ନିଜେ ପତ୍ନୀଙ୍କ ଘରକୁ ଯିବି । ଏପରିକି କେକ୍‌ ଠାରୁ ପତ୍ନୀ ଓ ପୁଅ ବଡ଼ ବୋଲି କହିଛନ୍ତି ବାବୁସାନ୍‌ । ସବୁ କିଛି ଠିକ ହେବ। ପୋଲିସ ଜେରା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ବାବୁସାନ ।

ଗତକାଲି ଭଳି ସମାନ ଢଙ୍ଗରେ ବାବୁସାନ ବାହାରକୁ ଆସି କହିଥିଲେ ‘ମୁଁ ମୋ ପରିବାର ସହିତ ରହିଛି  । ଆପଣ ମାନେ ଭଲରେ ରୁହନ୍ତୁ ବୋଲି କହିଛନ୍ତି ବାବୁସାନ । ସେପଟେ ଭାଇରାଲ ଅଡିଓକୁ ନେଇ ମଧ୍ୟ ବାବୁ କହିଛନ୍ତି, ଅଡିଓଟିକୁ ଭଲ ଭାବେ ଶୁଣନ୍ତୁ  । ସେଥିରେ ଥିବା ସତ ଜାଣିପାରିବେ’ ।

ଅନ୍ୟପଟେ ବାବୁ ଓ ତାଙ୍କ ପରିବାରକୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ  । ସେ କହିଛନ୍ତି ଖୁବଶୀଘ୍ର ସମସ୍ତେ ଗୁଡ ନ୍ୟୁଜ୍ ଶୁଣିବେ । ୨ଦିନ ଭିତରେ ବାବୁ-ତୃପ୍ତିଙ୍କୁ ନେଇ ଭଲ ଖବର ଆସିବ ବୋଲି ସଞ୍ଜୟ କହିଛନ୍ତି  । ନିର୍ଦ୍ଦେଶକ ଅଶୋକ ପତି ମଧ୍ୟ ବାବୁସାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ବାବୁସାନଙ୍କ ଘରେ ପହଞ୍ଚିଥିଲେ ।