ଥାନାରେ ହାଜର ହେବେ ବାବୁସାନ୍‌ ପ୍ରକୃତି, ତୃପ୍ତିଙ୍କ ବିରୋଧରେ ଏହି ସବୁ ଦଫା

1 min read

ଭୁବନେଶ୍ବର: ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ ହାଇଡ୍ରାମା ଘଟଣାରେ ୭ ଜଣଙ୍କ ବୟାନ ରେକର୍ଡ କଲା ପୋଲିସ  । ଦୁଇଟି ମାମଲାରେ ୭ ଜଣଙ୍କ ବୟାନ ରେକର୍ଡ କରିଛି ଖାରବେଳ ନଗର ଥାନା ପୋଲିସ  । ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ କ୍ରମେ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା  ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ ହୋଇଛି ।

ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କୁ ନୋଟିସ ଜାରି କରାଯାଇଛି  । ଓଡିଶା ଆସିଲେ ତୁରନ୍ତ ଥାନାରେ ହାଜର ହୋଇ ପକ୍ଷ ରଖିବା ପାଇଁ କୁହାଯାଇଛି  । ଆଉ କିଛି ସମୟ ପରେ ତୃପ୍ତିଙ୍କ ଘରେ ପହଞ୍ଚିବେ ତଦନ୍ତକାରୀ ଅଧିକାରୀ  । ଘଟଣାର ବିଭିନ୍ନ ଦିଗକୁ ନେଇ ପଚରାଉଚରା କରିବ ପୋଲିସ ।

ସେପଟେ ପ୍ରକୃତି ରହୁଥିବା ଗେଷ୍ଟହାଉସର ମାଲିକ, କର୍ମଚାରୀ ଏବଂ ପ୍ରତକ୍ଷଦର୍ଶୀଙ୍କୁ ରାତିରେ ପୋଲିସ ପଚରାଉଚରା କରିଛି  । ଗେଷ୍ଟହାଉସ କାହା ନାମରେ ବୁକ୍ ଥିଲା ? କେତେ ଦିନ ହେବ ବୁକ୍ ହୋଇଥିଲା ? କିଏ କିଏ ରହୁଥିଲେ ? ବାବୁସାନ୍ ଏବଂ ପ୍ରକୃତି ମିଶ୍ର କେବେ ଠାରୁ ରହୁଥିଲେ ? ଏସବୁ ଦିଗକୁ ନେଇ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବ ପୋଲିସ  । ଅନ୍ୟପଟେ ପ୍ରକୃତିଙ୍କ ମା’ କ୍ରିଷ୍ଣାପ୍ରିୟା ମିଶ୍ରଙ୍କ ଅଭିଯୋଗ କ୍ରମେ ମନ୍ମଥ ମିଶ୍ର ଓ କ୍ରିଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ ସରିଛି । ଜାଣନ୍ତୁ କାହା ବିରୁଦ୍ଧରେ ଲାଗିଛି କେଉଁ ଦଫା ?

ତୃପ୍ତି ଶତପଥୀ ଏବଂ ବାପା ଲଳିତ ଶତପଥୀଙ୍କ ବିରୋଧରେ ଲାଗିଥିବା ଦଫା

323 – ଶାରୀରିକ ନିର୍ଯ୍ୟାତନା

341- ରାସ୍ତାରେ ଅଟକାଇ ମାଡ ମାରିବା

506- ଅପରାଧିକ ଉଦ୍ଦେଶ୍ୟ ରଖି ଧମକ ଦେବା

294 – ସର୍ବସାଧାରଣ ଅସଭ୍ୟ ଭାଷାରେ ଗାଳି କରିବା

34 IPC- ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି

ବାବୁସାନ୍‌ଙ୍କ ବିରୋଧରେ 498A ଲାଗିଛି ।