ପତ୍ନୀ-ପୁଅ ସହ ଜନ୍ମଦିନ ପାଳିବେ ବାବୁସାନ୍

1 min read

ଭୁବନେଶ୍ୱର: ଜନ୍ମ ଦିନରେ ଯୋଡିହେବେ କି ପତିପତ୍ନୀ ? ବିବାଦ ଭୁଲି ସମ୍ପର୍କକୁ ସଜାଡିବେକି ବାବୁସାନ୍ ଓ ପତ୍ନୀ ତୃପ୍ତି ଶତପଥୀ ? କାଲି ବାବୁସାନଙ୍କ ଜନ୍ମଦିନ । ନିଜ ଜନ୍ମଦିନକୁ ପରିବାର ସହିତ ମନାଇବେ ବାବୁ । ବାପା, ମାଆ ଓ ସ୍ତ୍ରୀ ପୁଅଙ୍କ ସହିତ କରିବେ ସେଲିବ୍ରେସନ । ସମସ୍ତଙ୍କ ସହ ଜନ୍ମଦିନ ପାଳିବା ନେଇ ନିଜେ ସୂଚନା ଦେଇଛନ୍ତି ବାବୁସାନ୍ । ପତ୍ନୀ ତୃପ୍ତି ଓ ପୁଅ ଏବେ ବାପ ଘରେ ରହିଛନ୍ତି । ଯଦି ସେ ନଆସିବେ ତେବେ ସେଠାକୁ ଯାଇ ଜନ୍ମଦିନ ପାଳିବେ ବୋଲି ବାବୁ କହିଛନ୍ତି ।

ସେପଟେ ଭାଇରାଲ ଅଡିଓକୁ ନେଇ ମଧ୍ୟ ବାବୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅଡିଓଟିକୁ ଭଲ ଭାବେ ଶୁଣନ୍ତୁ । ସେଥିରେ ଥିବା ସତ ଜାଣିପାରିବେ । ଅନ୍ୟପଟେ ବାବୁ ଓ ତାଙ୍କ ପରିବାରକୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ । ସେ କହିଛନ୍ତି ଖୁବଶୀଘ୍ର ସମସ୍ତେ ଗୁଡ ନ୍ୟୁଜ୍ ଶୁଣିବେ । ୨ଦିନ ଭିତରେ ବାବୁ-ତୃପ୍ତିଙ୍କୁ ନେଇ ଭଲ ଖବର ଆସିବ ବୋଲି କହିଛନ୍ତି ସଞ୍ଜୟ ନାୟକ  ।