ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
1 min readଭୁବନେଶ୍ୱର: ଆଜି ସମ୍ବିଧାନର ପ୍ରଣେତା ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୪ତମ ଶ୍ରାଦ୍ଧବାର୍ଷିକୀ। ଯିଏକି ବାବାସାହେବ ନାମରେ ମଧ୍ୟ ପରିଚିତ ଥିଲେ । ସେ ଏକାଧାରରେ ଜଣେ ଭାରତୀୟ ନୀତି ପ୍ରଣେତା, ରାଜନୀତିକ ନେତା, ଦାର୍ଶନିକ, ଐତିହାସିକ, ବାଗ୍ମୀ, ଅର୍ଥନୀତିଜ୍ଞ ଓ ସମ୍ପାଦକ ଥିଲେ ।
ସେ ମଧ୍ୟପ୍ରଦେଶର ଏକ ଗାଁରେ ୧୪ ଏପ୍ରିଲ ୧୮୯୧ ମସିହାରେ ଜନ୍ମଗ୍ରହଣ କରିଥିଲା ବେଳେ ୬ ଡିସେମ୍ବର ୧୯୫୬ ମସିହାରେ ମୃତ୍ୟୁବରଣ କରିଥିଲେ। ବାବସାହେବ ଜଣେ ମହାନ ବିଦ୍ୱାନ ଏବଂ ଦଳିତଙ୍କ ଶୁଭଚିନ୍ତକ ଭାବେ ବିବେଚିତ ହୋଇଥାନ୍ତି ।
Remembering the great Dr. Babasaheb Ambedkar on Mahaparinirvan Diwas. His thoughts and ideals continue to give strength to millions. We are committed to fulfilling the dreams he had for our nation. pic.twitter.com/dJUwGjv3Z5
— Narendra Modi (@narendramodi) December 6, 2020
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଜେପି ନଡ୍ଡା ପ୍ରମୁଖ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ତେବେ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଏଜି ଛକରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଓଡିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତିରେ ଆନ୍ଦେବକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ୟପକ୍ଷରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ୍ଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।