ବିବାଦରେ ଛନ୍ଦି ହେଉଛନ୍ତି ଯୋଗଗୁରୁ ରାମଦେବ
1 min readନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପିଛା ଛାଡ଼ୁନି ବିବାଦ । ଏଲୋପାଥୀ ଚିକିତ୍ସାକୁ ନେଇ ଦେଇଥିବା ବିବାଦୀୟ ବୟାନ ଯୋଗୁଁ ଦିନକୁ ଦିନ ବିବାଦରେ ଛନ୍ଦି ହେଉଛନ୍ତି ବାବା ରାମଦେବ ।
IMA ଓ FAIMA ପରେ ବାବାଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛି ଫେଡେରେସନ ଅଫ୍ ରେଜିଷ୍ଟେଡ୍ ଡକ୍ଟର୍ସ ଆସୋସିଏସନ ବା FORDA । କରୋନା ଚିକିତ୍ସା ଓ ଟିକାକରଣକୁ ନେଇ ରାମଦେବ ଦେଇଥିବା ବୟାନ ବିରୋଧରେ ଜୋରଦାର ସ୍ୱର ଉଠାଇବାକୁ ପାଇଁ FORDA ପକ୍ଷରୁ ନିଷ୍ପତ୍ତି ହୋଇଛି ।
ଏହି ସଂସ୍ଥା ସହ ଜଡ଼ିତ ସମସ୍ତ ମେଡିକାଲ ଷ୍ଟାଫ୍ ୧ ଜୁନକୁ କଳା ଦିବସ ଭାବେ ପାଳନ କରିବେ ବୋଲି ଅଧ୍ୟକ୍ଷ ଡା. ମନୀଷ କହିଛନ୍ତି । କରୋନା ଡ୍ୟୁଟି କରୁଥିବା ସମସ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ପିପିଇ କିଟରେ କଳାପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିବେ । ଏହାସହ ରାମଦେବଙ୍କ ବୟାନକୁ ନେଇ ହ୍ୱାଟ୍ସାଆପରେ ଡିପି ବ୍ଲାଙ୍କ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।