‘ବାବା କା ଢାବା’ କୁ ଭାଇରାଲ କରିଥିବା ଗୌରବ ୱାସନଙ୍କ ବିରୋଧରେ ମାମଲା ରୁଜୁ, ଜାଣନ୍ତୁ କାରଣ…

1 min read

ନୂଆଦିଲ୍ଲୀ: ୟୁଟ୍ୟୁବ୍ ବ୍ଲଗର୍ ଗୌରବ ୱାସନ୍, ଦିଲ୍ଲୀର ମାଲବ୍ୟ ନଗରରେ ଜଣେ ବୃଦ୍ଧ ଦମ୍ପତିଙ୍କ ଭିଡିଓ ଭାଇରାଲ କରିଥିଲେ । ନିକଟରେ ‘ବାବା କା ଢାବା’ ର ଭିଡିଓ ପୋଷ୍ଟ କରିଥିଲେ ଗୌରବ ୱାସନ୍ । ଗୌରବ ଅନଲାଇନ୍ ସ୍କାମ କରୁଥିବା ନେଇ ଲୋକମାନେ ଅଭିଯୋଗ କରିବା ପରେ ସେ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ସେୟାର କରିଛନ୍ତି । ତଥାପି, ଲୋକେ ଆଉ ତାଙ୍କୁ ବିଶ୍ୱାସ କରୁନାହାନ୍ତି । ଗୌରବ ତାଙ୍କ ଅଫିସିଆଲ ପେଜକୁ ଫେସବୁକରେ ପୋଷ୍ଟ କରି ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ସେୟାର କରିଛନ୍ତି ।

ଥାବା ମାଲିକ କାନ୍ତା ପ୍ରସାଦ ଗୌରବଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ସହାୟତା ପାଇଁ ସଂଗ୍ରହ ହୋଇଥିବା ଅର୍ଥର ଗୌରବ ଅପବ୍ୟବହାର କରିଛନ୍ତି । ଏହା ସହ ଠକେଇ, ଅପରାଧିକ ଷଡଯନ୍ତ୍ରର ଅଭିଯୋଗ ମଧ୍ୟ କରାଯାଇଛି । ଗୌରବଙ୍କ କହିବା ଅନୁସାରେ, ଯେଉଁମାନେ ‘ବାବା କା ଢାବା’ ପାଇଁ ଦାନ କରିଛନ୍ତି ସେମାନେ ଲିଙ୍କକୁ ଯାଞ୍ଚ କରିପାରିବେ ।

କିନ୍ତୁ ଲୋକେ ଆଉ ତାଙ୍କ ଉଦ୍ଦେଶ୍ୟ ନେଇ ସନ୍ଦେହ କରୁଛନ୍ତି। ଜଣେ ୟୁଜର କମେଣ୍ଟ ଦେଇଛନ୍ତି ଯେ, ତାଙ୍କ ପ୍ରଥମ ଭିଡିଓରେ ସେ ୨୦ ଲକ୍ଷରୁ ଅଧିକ ଦାନ ଦାବି କରିଥିଲେ କିନ୍ତୁ ବର୍ତ୍ତମାନ ସେ ଦୁଇ ଲକ୍ଷ ଦାନ କରିବା ନେଇ କହିଛନ୍ତି । ଅନ୍ୟ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି ଯେ, ଗୌରବ ନିହାତି କିଛି ହେରଫେର କରିଛନ୍ତି । ଅନ୍ୟ କିଛି ଜଣ ଏହାକୁ ଅଣ-ପ୍ରଫେସନାଲ ବ୍ୟାଙ୍କ ଷ୍ଟେଟମେଣ୍ଟ ବୋଲି କହିଛନ୍ତି ।

ଉଲ୍ଲେଖନୀୟ ଯେ, ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ,ଜଣେ ବୃଦ୍ଧ ଦମ୍ପତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ କରିଥିଲେ ଗୌରବ । ମହାମାରୀ ହେତୁ ସେ ତାଙ୍କ ବ୍ୟବସାୟରେ ଅନେକ କ୍ଷତି ହୋଇଥିଲା । ଜୀବନଯାବନ କରିବାରେ ଅନେକ ଅସୁବିଧା ହେଉଥିଲା । କିନ୍ତୁ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ସାହାଯ୍ୟର ହାତ ବଢାଇଥିଲେ । ଏବେ ବାବା କା ଢାବାରେ ଭିଡ଼ ଜମୁଛି ।

Leave a Reply