spot_img

Latest Posts

ଦୀର୍ଘ ୯ ମାସ ପରେ ଖୋଲିଲା ବାବାଙ୍କ ମନ୍ଦିର: ସେବାୟତଙ୍କ ପରିବାର କରୁଛନ୍ତି ଦର୍ଶନ

ଭଦ୍ରକ: ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ଦୀର୍ଘ ୯ ମାସ ପରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପ୍ରଥମ ୨ଦିନ ସେବାୟତ ପରିବାର ବାବାଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ପୂର୍ବରୁ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ ହୋଇଛି । ସମସ୍ତଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି। ଭକ୍ତଙ୍କ ପାଇଁ ସାନିଟାଇଜ ବ୍ୟବସ୍ଥା କରାଯାଇଥିବା ବେଳେ ସ୍ବତନ୍ତ୍ର ବ୍ୟାରିକେଡରେ ଭକ୍ତମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି। ଏହା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ମନ୍ଦିର ମଧ୍ୟକୁ ଛଡାଯାଉଛି। ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ କରିବେ ଭକ୍ତ । ତେବେ  ମନ୍ଦିର ମଧ୍ୟକୁ ପୂଜାସାମଗ୍ରୀ ନେବାରେ କଟକଣା ଲଗାଯାଇଛି। ଆସନ୍ତା ୩୦ ଓ ୩୧ ତାରିଖରେ ସ୍ଥାନୀୟ ୪ଟି ପଞ୍ଚାୟତର ଲୋକ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ ଲୋକ କୋଭିଡ ନିୟମ ଅନୁଯାୟୀ ପରିଚୟପତ୍ର ଦେଖାଇ ଦର୍ଶନ କରିପାରିବେ। ଏହା ପରେ ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ। ତେବେ ୩ରୁ ସମସ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲିବ ମନ୍ଦିର।

Image may contain: text

Latest Posts

Don't Miss