ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟ: ୧୨ ଘଣ୍ଟା ଧରି ଅନ୍ଧାରରେ ରହିଲା ବାବା ଆଖଣ୍ଡଳମଣିଙ୍କ ପୀଠ

ଭଦ୍ରକ: ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟ ପାଇଁ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହିଲା ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ଏଥିସହ ଆଖପାଖ ଅଞ୍ଚଳର ୪୦ରୁ ୫୦ ଗାଁରେ ଅନେକ ସମୟରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ଆସିଛି । ବିଦ୍ୟୁତ କାଟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କଲେ କୌଣସି ଉତ୍ତର ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ବିଦ୍ୟୁତ କାଟ ଯୋଗୁଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନାନା ଅସୁବିଧା ହେଉଥିବା ବେଳେ ନିକଟରେ ଥିବା ପୁଷ୍କରିଣୀର ଦୂଷିତ ଜଳରେ ନୀତିକାନ୍ତି ଓ ଜଳାଭିଷେକ ହେଉଥିବା କହିଛନ୍ତି ସେବାୟତ ।